ପ୍ରଜ୍ଞା ପ୍ରୟାସ – JULY 2023
ଭିକାରୀଚରଣ ଚୌଧୁରୀ, ଆକାଶବାଣୀ ଗୀତିକାର, ମସନିକାନୀ,ସୁନ୍ଦରଗଡ
ବଞ୍ଚିଛି ସିନା ମୁ
ବଞ୍ଚିଛି ସିନା ମୁ ପାରୁନାହି ଜାଣି
କା ପାଇ ବଞ୍ଚିଛି ମୁହି
ଅବୋଧ ଅଗ୍ଯାନ ନାହି ବୁଦ୍ଧିଗ୍ଯାନ
ଜାଣିବା ଶକତି ନାହି ।୦।
ମନ ଖୋଜେ ଯାହା ମିଳେ ନାହି ତାହା
ଖୋଜିବା କେବଳ ସାର
କରମ ଆଦରି ବଞ୍ଚିବା ହୁଏ
ନାହି ଆନ ପ୍ରତିକାର
ଆସିଛି କେଉଠୁ ଯାଉଛି କାହୀ ମୁ
କିଛି ଜାଣି ପାରୁ ନାହି ।୧।
ଅନ୍ତସାର ଶୂନ୍ଯ ଅନ୍ତର ମୋହର
ଚ ଉଦିଗ ଅନ୍ଧକାର
ଆଲୋକ ସନ୍ଧାନ କରିବା ପାଇ କି
ବୁଦ୍ଧି ଅବା କାହି ମୋର
ହେ କରୁଣା ମୟ ଆଲୋକ ଦେଖାଅ
ସଟହଟା କରନାହି II