ଗୌରାଙ୍ଗ ପଟେଲ, ଲଙ୍କାହୁଡା, ସୁନ୍ଦରଗଡ (ଓଡିଶା)
ବରାତ୍ ପାଟି
ହଇ ହୋ ବେଣ୍ଡ ପାର୍ଟି ବାଲେ . . . , ଜଲଖିଆ ଜୁଲଖି ସରଲା ତ . . .
ବଜାଅ ବଜାଅ, କଁପେଇ ଦିଅ ଘାଏ।
ଏ ରିଙ୍କି, ଚୀନୁ, ରୋଜି, ଏ ନନୀ ମନେ . . . ବାବୁଲା ଟିକେ ଟଚ୍ ଅପ୍ କରଦ ଗା . . .
– – – – – – – – – – –
ରେଡି କରଦ ବର୍ ବାବୁଲା
ଟିପି ଟିପି ଲବଙ୍ଗ କସି,
ସୁନ୍ଦରୁ ବାବୁଲା ଗାଡିଥି ବସା
ପରଘେନ୍ ଆରମ୍ଭ ହହି (୦)
ଜଗମଗା ଯାଥେ ରୋଡ୍ ରାସ୍ତା
ଦୁଲକଥେ ଖୋଏଲ୍ ଗଲି,
ଢୁଡୁମ୍ ଢୋ ଫୁଟଥେ ଫଟକା
ଦେଖ ଫୁଲଝରି କେ ଲଡି (୧)
ଛୁଆ ମାଏଝି ବୁଢ଼ୀ ବୁଢ଼ା
ଠିଆଡ୍ ହଇନେହେଁ ପିଁଢ଼ାଥି ,
ଗୁଟେ ନଜର୍ ଥି ବର୍ ବାବୁଲା
ଦେଖଥେନ୍ ଘଡିକେ ଘଡି (୨)
କନିଆଁଘର୍ କେ ବଜା ଗଜା
ସମଧି ଭେଟ୍ କେ ଲାଗି,
ଆସଥେଁ ଜାନକେ ଜୋସରେ ବଡା
ନାଚିନ୍ ହାମର୍ ପାଟି (୩)
ବାଜା ଯେନ୍ତା ଡାନ୍ସ୍ ହେନ୍ତା
ଅଘରୀଆ ଗାନା କେ ସୁର୍ ଥି ,
କନିଆଁ ଘର୍ କେ ଛତ୍ ନୁ ଏକା
ଟାହାଙ୍ଗଥେଁ ସୁନ୍ଦରୀ ସୁନ୍ଦରୀ ନନୀ (୪)
ବେଙ୍ଗାଲୁରିଆ ଡକି ପିଲା
ଲଭ୍ ମେରେଜ୍ ଉଁକର୍ କହତି,
ଇ ଗାଆଁକେ ଗଉଁଟିଆ ଘର୍ ଲା
ଆସିହାନ୍ ହାମ୍ ବରାତି (୫)
ସୁବୋଧ ଚନ୍ଦ୍ର ପଟେଲ, ଝାରସୁଗୁଡା
ଭାଲୁ ଲାଞ୍ଜ ନ ଧରିବି
“ଏଲ୍ ଆଇ ସି”କହୁଛି ମୁଁ ସବୁଠୁ ଭଲ
ସର୍ବାଧିକ ଲାଭ ଦେବି
ମରିବା ଆଗରୁ ମରିବାର ପରେ
ତୁମର ସହାୟ ହେବି
ଏ ଗ୍ଯାରେଣ୍ଟି ମୁହି ଦେବି
ମୋ ଲାଞ୍ଜ ଧରିଲେ କଥା ଦେଉଛି ମୁଁ
ବିଦେଶ ବୁଲାଇ ନେବି ।1।
“ବଜାଜ”କହୁଛି ଅନ୍ୟ କଥା ଛାଡ଼
ମୁଁ ତୁମକୁ ଶୁଣାଇବି
କିପରି ଜୀବନ ସୁଗମ ହୋଇବ
ମଳାଯାଏ କ୍ଷୀର ଦେବି
ମିଛ କେବେ ନ କହିବି
ମୋ କଥାରେ ଟିକେ ବିଶ୍ଵାସ ତ କର
ବିଦେଶ ବୁଲାଇ ନେବି । 2।
“ମୋଦିକେୟାର” ବି କହୁ ଅଛି ଭାବି
ଭଲ ସାମଗ୍ରୀ ମୁଁ ଦେବି
ଅଙ୍ଗ ପ୍ରସାଧନୀ ଠାରୁ ଓଉଷଧ
କେତେ ଦ୍ରବ୍ୟ ନା’ କହିବି
ମଧ୍ୟମ ମୂଲ୍ୟରେ ଦେବି
ମୋ ସହିତ ଆସ ଯୋଡ଼ି ହୋଇ ଯାଅ
ବିଦେଶ ବୁଲାଇ ନେବି ।3।
“ଏମ୍ ୱେ “ବି କହୁଛି ବିଦେଶୀ ସାମଗ୍ରୀ
ଶସ୍ତାରେ ଯୋଗାଇ ଦେବି
ମର୍ତ୍ତ୍ୟର ସବୁଠୁ ଭଲ ଗୁଣ ଯୁକ୍ତ
ଦ୍ରବ୍ୟ କଥା ମୁଁ କହିବି
ନାତିରଞ୍ଜନ କରିବି
ବହୁଳ ମାତ୍ରାରେ ବ୍ୟବହାର କର
ବିଦେଶ ବୁଲାଇ ନେବି ।4।
“ସେଫ୍ ସପ୍ “କହେ ଅଳପ ଟଙ୍କାରେ
ଦାମୀ ଜିନିଷ ମୁଁ ଦେବି
ତୁମ ପରିଚିତ ଙ୍କ ତାଲିକା ଦିଅ
ତାଙ୍କୁ ମୁଁ ବୁଝାଇ ଦେବି
ଏଇମିତି ଫସାଇବି
ବଳେ ଧରା ଦେବେ ମୋ ପଛେ ପଡିବେ
ବିଦେଶ ବୁଲାଇ ନେବି।5।
“ବସୁଧା ମେକ୍ସ”ବି ଛାତି ପିଟି କହେ
ତୁମ୍ଭେ ଲାଭ ଦିଆଇବି
ଘରେଲୁ ସାମଗ୍ରୀ ବିକ୍ରି ଆମ ଧନ୍ଦା
ଆମେ ଭଲ ମୁଁ କହିବି
କେବେହେଲେ ନ ଠକିବି
ତମେ ଆମ ସଂଗ- -ଠନେ ଆସି ମିଶ
ବିଦେଶ ବୁଲାଇ ନେବି ।6।
ଏଇ ଇଂଦ୍ର ଜାଲ କଥା କହିବାର
ପଛେ ନାହିଁ “ଭେଷ୍ଟିଜ” ବି
ସୁସ୍ଥରେ ବଞ୍ଚିବା ସୁଖରେ ମରିବା
କଥା ତୁମ୍ଭେ ମୁଁ କହିବି
ରସରେ ରସାଇ ଦେବି
ମୋର ଉପଦେଶେ କାମ କରି ଚାଳ
ବିଦେଶ ବୁଲାଇ ନେବି ।7।
ଐନ୍ଦ୍ରଜାଳିକ ମୁଁ ଲାବଣ୍ୟବତୀ କୁ
ରାମ କଥା ଶୁଣାଇବି
ଟଙ୍କାପାହାଡ଼ର ସ୍ଵପ୍ନ ସିନ୍ଘାସନେ
ଅଧିରୂଢ କରାଇବି
ବୋଲି ସର୍ବେ କହି ସପନ ଦେଖାନ୍ତି
ବିଦେଶ ବୁଲାଇ ନେବି ।8।
ତୋହରି ଧାନକୁ ତୋର ହାତେ ମୁଢି
କଉଶଳେ ଧରାଇବି
କ୍ଷତି ସହି କିଏ ବେଉସା କି କରେ??
ମଧ୍ୟସ୍ତି ଖାଲି ମୁଁ ହେବି
ସମସ୍ତଙ୍କ ଏଇ ଲବି
କଅଁଳେଇ କରି ସଭିଏଁ କହନ୍ତି
ବିଦେଶ ବୁଲାଇ ନେବି ।9।
ଆପଣଙ୍କୁ ମିଛ ମତେ ସତ ସତେ
କାହା ପାଳେ ନ ପଡ଼ିବି
ବୋଲି ଭାବି ଥାଏଁ ପୁଣି ପଡ଼ି ଯାଏଁ
ସେ ଦୁଃଖ କା’କୁ କହିବି
ଏବେ ଶିରୋଧାର୍ଯ୍ୟ ହେବି
କାହାର ଭାଷାରେ ନ ଭାସିବି ଆଉ
ଭାଲୁ ଲାଞ୍ଜ ନ ଧରିବି ।10।
ସୁକାନ୍ତୀ ନାଏକ, ବାଲିଜୋରୀ
ପରିଚୟ
ମାଁ ଗର୍ଭରୁ ବାହାରି ଯେବେ,
ଛୁଇଁଲି ମାଟି ମାଆ କୋଳ ||
ଏନ୍ତୁଡି ଶାଳ ଚୀରି ପବନକୁ ପ୍ରତିଧ୍ବନିତ କଲା,
ଶିଶୁ ର ସେ କୁଆଁ କୁଆଁ ରୋଳ ||
ସେହି କୁଆଁ ଡାକ ଶୁଣି ମାଆ,
ଭୁଲି ଯାଏ ତାର ପ୍ରସବ ବେଦନା,
ଶିଶୁ ର ଜନ୍ମରେ ପରିବାର ରେ
ଖେଳିଯାଏ ଉତ୍ସବ ର ବନ୍ୟା ||
ଅପରିଚିତ ଚେହେରା ସବୁ ଭିତରେ
କଅଁଳା ଛୁଆ ଟି ଆଜି ଅସହାୟ,
ଜଳ ଜଳ ଚାହିଁ ,ମନେ ମନେ
ଖୋଜଇ ସେ ନିଜ ପରିଚୟ ||
ବିକଳ ରେ ପାଟି କରି କରି ,
କାନ୍ଦଇ ସେ ହୋଇ କୁଆଁ କୁଆଁ,
ପରୋକ୍ଷ ରେ ପଚାରଇ ,
ମତେ କହ,ମୁଁ କିଏ ମୁଁ କିଏ ||
ଜାତି ଧର୍ମ ର ବନ୍ଧନ ରେ ,
ମତେ କିଆଁ ବାନ୍ଧୁଅଛ,
ମଣିଷ ପଣିଆଁ ଏକ ମାତ୍ର ସତ,
ସଂଶାର ରେ ବାକି ସବୁ ମିଛ ||
ଜାତି ଧର୍ମ ର ସୀମା ଠୁ
ଉର୍ଧ୍ବ ରେ ଅଟେ ମୋର ସ୍ଥାନ,
ମାଁ ର ସ୍ନେହ ବୋଳା କୋଳ
ସେହି ଏକା ଅଟେ ମୋ ଠିକଣା ||
କୁଆଁ କୁଆଁ ଡାକି ଡାକି ,
ଶିଶୁ ଟି ମାଗଇ ତାର ପରିଚୟ,
ମଣିଷ ଛୁଆ ଭାବେ ମତେ
ସ୍ବଚ୍ଛନ୍ଦ ରେ ବଞ୍ଚିବାକୁ ଦିଅ ||
ସ୍ବାର୍ଥୀ ମଣିଷ ମାନଙ୍କ ଭିତରେ
ଖୋଜଇ ତା ଜୀବନ ର କର୍ମ ,
ମଣିଷ ମୋ ଜାତି ଆଉ
ମଣିଷ ପଣିଆଁ ମୋ ଧର୍ମ ||
तृप्ति नाएक, सुंदरगढ़, ओडिशा
ଦାନୀ
ତୁମେ ସ୍ବପ୍ନ ସଜାଇଛ,
ତୁମ ଆଖି ର ଗହ୍ଵର ରେ,
ଝିଅ ଦେବ ଦାନୀ ହୋଇ ,
କେଉଁ ଏକ ପର ଘରେ ।
ତୁମ ମନ ଖୋଲା ପବନ,
ଉଡ଼ିଯିବ ଆଦୁରରେ,
ଛାତି ଚାପି ସହିଯିବ,
ସବୁ ମୋହ ,ହୃଦୟ ରେ। ।
ତୁମେ ସ୍ବପ୍ନ ସଯାଇଛ,
ଲୁହ କୁ ଲହୁ କରି,
ଝିଅ ଖୁସି ପାଇଁ ,
ଗୋଟି ଗୋଟି କରି ଦେବ ଭରି ।
ସ୍ବାର୍ଥ ହୀନ ହୋଇ କାଢ଼ିଦେବ,
ତୁମେ ଶରୀର ଠୁ ଆଖି କୁ,
ପୁଣ୍ୟ ର ପାତ୍ର ହୋଇ,
ଜିତିଯିବ ,ରାଜା ହରିଶ୍ଚନ୍ଦ୍ର କୁ ।
ଢାଙ୍କି ଦେବ ପୃଥିବୀ କୁ,
ତୁମ ପ୍ରସାରିତ ହୃଦୟ ରେ,
ତୁମ ଠାରୁ ବାପା କିଏ ଦାନୀ,
ଏ ସମଗ୍ର ଦୁନିଆଁ ରେ ।
ବନାନୀ ବାଳା ନାଏକ, ସୁନ୍ଦରଗଡ଼
ବନ୍ଧୁ ମହାନ୍ତି
ଭକତ ଭାବରେ ବନ୍ଧା ମୋ କାଳିଆ
ଭକତ ର ଗଳା ମାଳି,
ଭକତ ନିମନ୍ତେ ସବୁ ଦୁଃଖ ସହେ
ଶୁଣେ ଭକତ ର ଗାଳି।।
ଭକ୍ତ ପାଦ ଚିହ୍ନ ବହେ ହୃଦୟ ରେ
ଭକ୍ତ ପାଇଁ ଅବତାର,
ଭକତ ଭାବରେ ବନ୍ଧା ହୋଇ ଅଛି
ସିଏ ମୋ କଳା ଠାକୁର ।।
ଯାଜପୁର ବାସୀ ବନ୍ଧୁ ମହାନ୍ତି ସେ
ପ୍ରିୟ ଭକ୍ତ କାଳିଆ ର,
ତାହାର ଦୁଃଖ ରେ ଲୁହ ଝରାଇଲେ
ଶୁଣିଲେ ଦୁଃଖ ତାହାର ।।
ଭିକ୍ଷା ବୃତ୍ତି କରି ପାଳଇ କୁଟୁମ୍ବ
ଲୟ ରଖି ପ୍ରଭୁ ପାଦେ,
ପତ୍ନୀ ପୁତ୍ର ସହ ଦିନ ଯାପୁଥାଏ
ଦୁଃଖେ ସୁଖେ ଅପ୍ରମାଦେ।।
ଅକାଳ ମରୁଡି ପଡ଼ିଥିଲା ଦେଶେ
ଭିକ୍ଷା ର ହେଲା ଅଭାବ,
ଭୋକରେ ସଭିଏଁ ଡହଳ ବିକଳ
କିଏ ବା କାହାକୁ ଦେବ ??
ପ୍ରଭୁଙ୍କ ଦର୍ଶନ ଇଚ୍ଛା କରି ଦିନେ
ବନ୍ଧୁ ମହାନ୍ତି ଯେ ଗଲା,
ସପତ୍ନୀକ ଯାଇ ପିଲାପିଲି ନେଇ
ସିଂହଦ୍ଵାରେ ପହଞ୍ଚିଲା ।।
ମନ୍ଦିରେ ପହଡ଼ ପଡ଼ିଥିଲା ଯେଣୁ
ଅଟକିଲା ସିଂହ ଦ୍ୱାରେ,
କ୍ଷୁଧାରେ ଆତୁର ଜଳେ ଅନ୍ତ ତାର
ଦେଖିଲେ ପେଜ ନଳା ରେ ।।
ପେଜ ଗୋଟାଇ ସେ ମେଣ୍ଟାଇଲା ଶୋଷ
ପରିବାର ସଂଗତ ରେ,
ଭୂମିରେ ଗାମୁଛା ପାରି ଶୋଇଗଲେ
ପ୍ରଭୁଙ୍କ ର ପ୍ରତୀକ୍ଷାରେ ।।
ଭକତ ବାନ୍ଧବ ସେ କମଳା ଧବ
ଜାଣିଲେ ଅନ୍ତର ଗତେ,
ସୁବର୍ଣ୍ଣ ଥାଳିରେ ଅନ୍ନ ଜଳ ନେଇ
ଗଲେ ଭକତ ଅଗ୍ରତେ ।।
ପଣ୍ଡା ବେଶ ଧରି ଅନ୍ନ ଦେଇ ଗଲେ
ବନ୍ଧୁ ମହାନ୍ତି ର ହାତେ,
ଅନ୍ନ ଦେଇ ପ୍ରଭୁ ହେଲେ ଅନ୍ତର୍ଦ୍ଧାନ
ଶାନ୍ତି ଲଭି ହୃଦ ଗତେ।।
ଖାଇ ସାରି ଅନ୍ନ ପଣ୍ଡାକୁ ନ ପାଇ
ଥାଳି କୁ ଯତନେ ରଖି,
ଗହଳ ନିଦରେ ପରିବାର ସହ
ଶୋଇ ଗଲେ ନିଶି ଦେଖି ।।
ପ୍ରଭାତ ରୁ ତହୁଁ ଚହଳ ପଡ଼ିଲା
ରତ୍ନ ଥାଳି ଗଲା ହଜି,
ପେଜ ନଳା ଠାରୁ ମିଳିଲା ସେ ଥାଳି
ହେଲା ଯେବେ ଖୋଜା ଖୋଜି ।।
ଚୋର ଖଣ୍ଟ ଭାବି ବନ୍ଧୁ ମହାନ୍ତି ଙ୍କୁ
ବନ୍ଦୀ କଲେ କାରାଗାରେ,
ଏ କି କଲ ପ୍ରଭୁ ବୋଲି କାନ୍ଦେ ଭକ୍ତ
ନୟନ ରୁ ଲୁହ ଝରେ ।।
ଭକ୍ତ ର ବିକଳ ସହି ନ ପାରିଲେ
ଭକତ ବାନ୍ଧବ ହରି,
ସ୍ୱପ୍ନାଦେଶ କରି ରାଜାଙ୍କୁ ସେ କଥା
କହିଲେ ବିସ୍ତାର କରି।।
ଗଜପତି ରାଜା ଭୁଲ୍ ବୁଝି ପାରି
ଗଲେ ଭକତ ଙ୍କ ପାଶେ,
ଧନ୍ୟ ଭକ୍ତ ଶ୍ରେଷ୍ଠ ହେ ବନ୍ଧୁ ମହାନ୍ତି
ଆସିଛି କ୍ଷମା ର ଆଶେ ।।
ଅନ୍ନ ବସ୍ତ୍ର ଖଞ୍ଜି ବନ୍ଧୁ ମହାନ୍ତି ଙ୍କୁ
ନିଯୁକ୍ତ କଲେ ସେବାରେ,
ଭକ୍ତ ଙ୍କ ନାମରେ ଆଶ୍ରମ ତୋଳିଲେ
ସେହି ପେଜ ନଳା ଠାରେ ।।
ଧନ୍ୟ ଭକ୍ତ ଶ୍ରେଷ୍ଠ ଧନ୍ୟ ତୁମ୍ଭ ଭକ୍ତି
କାଳ କୁ କୀର୍ତ୍ତି ରଖିଲ,
ଜଗନ୍ନାଥ ଙ୍କ ର ଶ୍ରେଷ୍ଠ ଭକ୍ତ ଭାବେ
ଜଗା ଭକ୍ତ ବୋଲାଇଲ ।।
ଇଂ ରାଜ ବିହାରି ପାଣ୍ଡେ, ବେହେରା ମାଳ,ଝାରସୁଗୁଡା
ବଦଳୁଛୁଁ
ବଦଳି ବଦଳିକରି ଏନତା ବଦଳୁଛୁଁ
ମାଁର ନାଁ ଶୁନବାରଟା ମରଡି,
ମାଁ ଶିଖାଉଛେ ମମ୍ ଡାକ ମତେ,
ବୁଆକେ ଡାକି ଦେ ଡେଡି ।
ମାଁର ନାମର ଭାବ, କାଣା ବୁଝବେ,
ଆଏଜ କାହ୍ଲିର ଛୁଆ,
ଟି.ଭି,ମୁବାଇଲ୍ ଦେଖି ପାଠ ପଢୁଛନ,
କଥା କାଏଁ ଲାଗବ ବୁଆ ।
ପାଠ ପଢଲେ ବିଦେଶୀ ଭାଷି,
ଖାନ୍ ପାନ୍ ଭି ବିଦେଶୀ,
ବାସି ଥିର୍ ଛାଡି, ବର୍ବର, ପିଜା,
ଦେହେ ଦେଉଛନ ନାସି ।
ମାଁ, ବୁଆ ହାମର ମହାଁପୁରୁ, ତାଁ କର
ଲାଗିର ଇ’ଜୀବନ,
ପାଳି ପୁଷି କରି ମୁନୁଷ ବନାଲେ,
ଦେଖାଲେ ଭୁଗଲେ ସପନ ।
ଆସ୍ ରଖିଥିଲେ ଛୁଏଁ କମାଲେ,
ଦୁଖ୍ ଯିବା ଉନା ହଇ,
ବିଦେଶୀ ପାଠେ ମାଁ, ବୁଆ ପରେ,
“ବୁଢା ଘରେ” ରହେସନ ଭାଇ ।
ଯେନତା ପଢଲେ, ହେନତା ଶିଖଲେ,
ପଢା ବହିର ଜ୍ଞାନ,
ଗୀତା, ପୁରାନ ପଢିଥିଲେ,ଜାନି ପାରି ଥିତେ,
ମାଁ, ବୁଆ କେତେ ଆନ୍ ମହାନ୍
ମାଁ, ବୁଆ କେତେ ଆନ୍ ମହାନ୍ ।
ରାସ ବିହାରୀ ନାଏକ, ତାଳପଟିଆ,ଝାରସୁଗୁଡ଼ା
ଆସ ଦେଖି ଯିବା ରଥ ଯାତରା..
ସାଗର କୂଳରେ ଗମ୍ଭିରା ଭିତରେ ଶିରୀମନ୍ଦିରରେ ବସି,
ଭାଇ ଭଉଣୀଙ୍କୁ ସାଥେ ବସାଇଛୁ ତୁହି ଏକା ସିନା ଖୁସି ।
ବାରମାସେ ତେର ଯାତରାପରବ ହେଉ କେତେ ନୂଆଁ ବେଶ,
ସ୍ନାନଯାତ୍ରା କରି ଜରରେ ପଡ଼ୁଛୁ ସହୁଅଛୁ କେତେ କ୍ଲେଶ ।
ଗୁଣ୍ଡିଚା ଘରକୁ ଯିବାପାଇଁ ମନ କରି ତୁହି ରଥଯାତ,
ଭକତଜନଙ୍କୁ ଦେଖିବା ପାଇଁକି କେତେ କରୁ ତୁ ଅଝଟ।
ପହଣ୍ଡି ବିଜୟେ ଝୁଲି ଝୁଲି ଆସୁ ଭାଇଭଉଣୀଙ୍କ ସାଥେ,
ଗହଳି ଲଗାଇ ଭକ୍ତ ଗହଣରେ ଚଢି ନନ୍ଦିଘୋଷ ରଥେ ।
ଲକ୍ଷ ଲକ୍ଷ ଭକ୍ତ ତୋ ରଥ ଦଉଡି ଧରି ତୋତେ ଟାଣୁଥାନ୍ତି,
ଆଗେ ବଳଭଦ୍ର ମଝିରେ ସୁଭଦ୍ରା ତୋର ସାଥେସାଥେ ଯାନ୍ତି। ବଡ଼ ଦାଣ୍ଡେ ହରିବୋଲ ହୁଳହୁଳି ଭକତ ଆଗରେ ଅଶୃ,
ତୋ ଚକା ଆଖିକୁ ଦେଖିବା ପାଇଁ କି ଧାଇଁଥାନ୍ତି ଦୂର ଦେଶୁ।
ନଅଦିନ ଯାକ ମାଉସୀ ଘରେ ତୁ ପୋଡପିଠା ଖାଉ ଥାଉ,
ଲକ୍ଷ୍ମୀ ଠାକୁରାଣୀ ମନେ ନ ପଡନ୍ତି କେତେ ଲୀଳା କରୁଥାଉ ।
ନବଦିନ ଗତେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରେ ଯାଉ ଫେରି,
ଚମକୁ ଥାଉ ତୁ ରଥ ପରେ ବସି ସୁନାବେଶ ହୋଇ କରି।
ଘରେ ପଶିବାକୁ ଲକ୍ଷ୍ମୀ ଠାକୁରାଣୀ ବାରଣ କରନ୍ତି ତୋତେ,
ମୁରୁକି ହସରେ ଲାଞ୍ଚ ଦେଇ ତୁହି ଲୀଳା ଭିଆଉଛୁ କେତେ। ବରଷକେ ଥରେ ରଥଯାତରା ଲୋ କାଳିଆ କରଇ ଲୀଳା,
ଏମିତି ଠାକୁର ଜଗତେ ନ ମିଳେ କରଇ ନିତି ସେ ଲୀଳା ।
ଜାଗୃତି ନାଏକ, ସୁନ୍ଦରଗଡ
ମାଟି ସାଥେ ଆକାଶ ର ମିଳନ…
ସତେ ଅବା ସୂର୍ଯ୍ୟ ସାଥେ ବିଦାୟର ମୃଦୁ ଆଲିଙ୍ଗନ
ଯଦିଓ ଏ ବିଶ୍ଵ ମାନଚିତ୍ରେ ସେ ସ୍ଥଳ ଅଜ୍ଞାତ
କିନ୍ତୁ ଅଜସ୍ର ରଙ୍ଗୀନ୍ ସ୍ୱପ୍ନେ ଶତ ହୃଦୟ ସ୍ପନ୍ଦିତ।
ମନେହୁଏ
ସମସ୍ତେ ଅସୀମ ଏଠି, ସମସ୍ତେ ଆକାଶ
ଶୂନ୍ୟକୁ ଦେଖି ପାଇଯାଏ ଏ ମନ୍ଦ୍ର ସନ୍ଦେଶ
ମାଟି ଶୁଣେ ନାହିଁ ସେତେବଳେ ଅନ୍ୟ କିଛି ଶବ୍ଦର ଉତ୍ପାତ
ଅସ୍ତଗାମୀ ସୂର୍ଯ୍ୟ ସତେ ଆକାଶର ନିଃଶବ୍ଦ ସଙ୍ଗୀତ ।
ମାଟି ଓ ଆକାଶର ଶେଷ କିଛି ବାର୍ତ୍ତାଳାପ
ହେ ଆକାଶ!
ସୂର୍ଯ୍ୟର ଏ ଲାଲ୍ ରଙ୍ଗେ ମୁଁ ହୋଇଯିବି ଏକୀଭୂତ
କିନ୍ତୁ ଚେତନାରେ ମୁଁ ହେବି ପୁଣିଥରେ ଶିଶୁ ସଦ୍ୟଜାତ।
ଭିକାରୀଚରଣ ଚୌଧୁରୀ, ଆକାଶବାଣୀ ଗୀତିକାର,ମସନିକାନୀ,ସୁନ୍ଦରଗଡ
ଭକ୍ତିଗୀତ
ଆଙ୍କିବି କିପରି ଛବି ମୁ ତାହାର
ଯେ ଅନନ୍ତ ନିରାକାର
ବର୍ଣିବି କିପରି ଗୁଣ ମୁ ତାହାର
ଯେ ନିର୍ଗୁଣ ନିର୍ବିକାର ।0।
କଳପ ବଟର ଶାଖା ଟିଏ ପରି
ଲେଖନୀ କୁ ହାତେ ଧରି
ମହୋଦଧି ଜଳ ପରିମାଣେ କାଳି
ସେଇ ଲେଖନୀରେ ଭରି
ବାକ୍ଯଦେଵୀ ବସି ନପାରେ ପ୍ରକାଶି
ତିଳେ ମହିମା ଯାହାର ।୧।
କୋଣେ ଅନୁକୋଣେ ଗଗନେପବନେ
ସର୍ବଭୂତେ ଅଛି ପୂରି
ଚରାଚର ଏଇ ନିଖିଳ ବିଶ୍ଵର
ସେ ଭାଗ୍ଯ ବିଧାତା ହରି
ସର୍ବ ଶକ୍ତିମୟ ସେ ପ୍ରଭୁ ପୟରେ
କୋଟି କୋଟି ନମସ୍କାର ।୨।