ପ୍ରଜ୍ଞା ପ୍ରୟାସ – SEPTEMBER 2023

Sukanti Naik, Balijori

ନୂଆଁ ଖାଈ

ବରଷ୍ କେ ଥରେ ଫିର୍ ଆଇସେ

ହାମର୍ ନୂଆଁ ଖାଇ ତିହାର୍ ,

ଛୋଟ ମନ୍ ଲା ମୋର୍ ଆଦର୍ ଆଉ

ବଡ଼ ମନ୍ ଲା ସୁକାନ୍ତୀ କେ ଜୁହାର୍ ||

ପଶ୍ଚିମ ଓଡ଼ିଶା କେ ବଡ଼କା

ପରବ୍ ଆଏ ନୂଆଁ ଖାଇ ,

ସହର୍ ନୁ ଘର୍ ମୁହାଁ ହେଥେଁ

କକା,ଦଦା,ମମା ଆଉ ଭାଈ ||

ଅଏରସା,ସିଞରୀ ,ଭଜିଆ ,

ସଙ୍ଗେ ଠେଠରୀ ଆଉ ବରା ,

ନୂଆଁ ଚାଉଳ କ୍ଷୀରି ମହକ୍ ଥି

ମହକ ଥେ ଆଏଜ୍ ପରା ଘରା ||

ରକମ୍ ରକମ୍ କେ ରୁଟି ପିଠା ଲେକେ

ଜମା ଟି ଯାକର୍ ଏକା ଠାନେ ହେବୋ ||

ଇଷ୍ଟ ଦେବୀ ନେ ନୂଆଁ ଚାଉଲ୍ ଅର୍ପଣ

କଏର୍ କେ ଆସ ସଭେ ନୂଆଁ ଖାବୋ ||

ମୁନୁଷ୍ ଜୀବନ୍ କେ ଠିକନା ନିନ

ଅଞେଇ ଦିନ୍ କେ ହାଟ୍ ,

ଯିଏ ଜେନେ ରହେଲେ ରହୁଁ

ବରଷେ ଥି ଥରେ ହେବୋ ଆସ

ନୂଆଁ ଖାଇ ଥି ଭେଟ୍ ଘାଟ୍ ||

ପରା ଘରା ଭାଈ ଭାଈ ଥି ରହେଲେ

ରହୁ ରାଗ୍, ଊଷା,କଲହ ଆଉ ଟେକ୍

ନୂଆଁ ଖାଇ କେ ନୂଆଁ ଅରନ୍ ସଙ୍ଗେ

ପଛ କେ ରାଗ୍ ସବୁ ଭୁଲାଏ କେ

ଆସ ସଭେ ହେବୋ ଏକ୍

ଆସ ସଭେ ହେବୋ ଏକ୍

Puspanjali Patel, Toronto

ଭାବନା ପକ୍ଷୀର ସୁନେଲି ଡେଣା

 

ମନଟା ଗୋଟେ ଖୋଲା ଆକାଶ

ନାହିଁ ଦିଗ ନାହିଁ ଅନ୍ତ ନାହିଁ ତା ଶେଷ

ତା ରାଇଜ ଛୋଟ ବିଶାଳ ଦେଶ

ବିଶାଳ ଦେଶରେ ଅନେକ ଭାବନା

ଭାବିବା ପାଇଁ କି ତାକୁ ଥାଏ ମନା

ସେ ଭାବନା ପକ୍ଷୀର ସୁନେଲି ଡେଣା

ସ୍ୱର୍ଗ ପାରିଜାତ ସେ ଆଣିବ ତୋଳି

କେତେ ଦୂର ଯିବ ତାକୁ ଥାଏ ଜଣା

ଲଙ୍ଘିବାକୁ ଅଛି ତାକୁ ସତ ସାଗର

ବିଶାଳ ଦେଶରେ କରିବ ଘର

ଘର ହେବ ଦିନେ ତାର ସ୍ବର୍ଣ୍ଣ ମନ୍ଦିର

ମନ୍ଦିର ପଡିବ ରଶ୍ମି ସାତ ସୂରୁଜର

ମନ ସାଥେ ଭାବନା ବସିଲେ ମିତ

ନିଶ୍ଚୟ ମିଳିବ ତାର ଦିଗ ଆଉ ଅନ୍ତ

ଗୌରାଙ୍ଗ ପଟେଲ, ଲଙ୍କା ହୁଡା, ସୁନ୍ଦରଗଡ (ଓଡିଶା)

ନୂଆଁଖାଇ

ନୂଆଁଖାଇ ହୋ . . .  ନୂଆଁଖାଇ . . .

ନୂଆଁଖାଇ ଗୋ . . .  ନୂଆଁଖାଇ . . .

ଆସ ଆସ . . . ଆସ ଖାବୋ ନୁଆଁ

 

ଚାଷୀ ବାସୀ ଚାକିରିଆ             ପଶ୍ଚିମ୍ ଓଡିଶା ସାରା

ନୂଆଁଖାଇ ଆଏ ହାମର୍ ‘ଗଣପରବ’,

ଯିଏ ଯେତେ ଦୁରେ ଆହା    ଆସ ଆସ ଗାଆଁ ଘରଲା

ବରଷେ ଥି ଥରେ ଇ ତିହାର (୧)

ହୋ . . .  ଆସ ଆସ . . . ଆସ ଖାବୋ ନୁଆଁ

 

ଚାରିଆଡେ ସଫା ସୁତରା   ଘରେ ବାହାରେ ଲିପା ପୋଛା

ବଢ଼ିଆ ଲାଗଥେ ସଭକେ ଘର୍ ଦୂଆର,

ନୂଆଁ ନୂଆଁ ଡଲା ଚଲଧା    ସମ୍ବଲପୁରୀ ଶାଢ଼ୀ କୁରତା

ଭିଡ୍ ଜମଥେ ଦୁକାନ ବଜାର (୨)

ହୋ . . .  ଆସ ଆସ . . . ଆସ ଖାବୋ ନୁଆଁ

 

ସୁନା ବରନ ଧାନ କେରା    ଢ଼େଉ ଢ଼େଉକା କ୍ଷେତ ସାରା

ଚାଷୀ ଭାଇକେ ମନ ହରଷ,

ମା ଲକ୍ଷ୍ମୀ କେ ଆଏ କୁରୁପା   ମା ସମଲେଇ ସାହା ଭରସା

ଭୋଗ ଚଢ଼ାଏଲ୍ ଯାବୋ ମନ୍ଦିର (୩)

ହୋ . . .  ଆସ ଆସ . . . ଆସ ଖାବୋ ନୁଆଁ

 

ଉପକା ବବରା, ଠେଠରୀ, ମଡା     ଅଏର୍ସା, ଭଜିଆ, ଦହୀବରା

କ୍ଷୀରି, ସିମେଇ, କେତେ ପରକାର ;

ଧୂପ, ଦୀପ, ଘି, ସଏଲତା    ଦେବା ଦେବୀ କେ କରଥେଁ ପୂଜା

ମହକ୍ ଉଠଥେ ଘରଟି ଜାକର (୪)

ହୋ . . .  ଆସ ଆସ . . . ଆସ ଖାବୋ ନୁଆଁ

 

 

 

 

ଅଜା, ଆଈ, ମା, ବାପା            ଦଦା, ବହୁ, ବଡ ମା, ବବା

କାକି, କକା, ଛୁଆ ପୁତା କହ ;

ରାଗ ରିସମି ଯେତେ ଯାହା    ସବୁ ଭୁଲକେ ହେଥେଁ ଏକା

‌           ଖୁସି ମନଥି ମନାଥେଁ ତିହାର (୫)

ହୋ . . .  ଆସ ଆସ . . . ଆସ ଖାବୋ ନୁଆଁ

 

ନୂଆଁ ଅନ୍ନ ଲଗାବୋ ଟୀକା    ସେନୁ ଚାବବୋ ଚାଉଳ ଦିଟା

‌      ମଜାସେ ଖାବୋ ରୁଟି‌ ପିଠା ଆସ,

ଛୋଟ ସାନ ମନେ ବଡ ମନଲା     ପାଦ ଛୁ’କେ ଜୁହାର୍ କରା

ପ୍ରଥା ହାମର୍ ବଢିଆ ଆଏତ (୬)

ହୋ . . .  ଆସ ଆସ . . . ଆସ ଖାବୋ ନୁଆଁ

 

ବୁଲ ବୁଲକେ ପରା ଘରା      ଖୁଆ ପିଆ ଦିଆ ନିଆ

‘ନୂଆଁଖାଇ ଭେଟ ଘାଟ’ ଆଏତ ଅସଲ,

ଜାନ୍ ଜୀବନ୍ କା ଭରସା   ହସି ଖୁସୀ ଦିନ ବିତୁ ଗା

ଜୟ ଗୋ ମା ସମଲେଇ କୃପା କରେ ରହ (୭)

ହୋ . . .  ଆସ ଆସ . . . ଆସ ଖାବୋ ନୁଆଁ

ନୂଆଁଖାଇ ହୋ . . .  ନୂଆଁଖାଇ . . .

ଆସ ଆସ ଗୋ . . .  ଆସ ଆସ . . .

ସୁବୋଧ ଚନ୍ଦ୍ର ପଟେଲ, ଝାରସୁଗୁଡା

ସର୍ଗିଫୁଲ

ଟିକି ଟିକି ସର୍ଗିଫୁଳ

ମୁଡ଼େ ଆମର ଟୁପରି

ଛୋଟ ଛୋଟ ଡେଣା ଆମର

ଉଡୁସୁଁ କିନ୍ଦିରି କିନ୍ଦିରି ।।

 

ମୀରା ବାଈ        ଚାନୁ ଆଉ

ପି .ଭି .ସିନ୍ଧୁ ହେମୁଁ

ଆମର ରାଏଜର   ଟେକ ରଖମୁ

ଦୁନିଆଁ ଜୟ କରମୁ   ।।

 

ସାତ ସମନ୍ଦର୍   ପାର କରି

ରାଫେଲ ଉଡାଇ ଆନମୁ

ପ୍ରମୋଦ ଭଗତ    ଭଳିଆ ଆମେ

ଦେଶକେ ମହକାଇ ଦେମୁଁ   ।।

 

ଅମୃତ ଉତ୍ସବର୍    ଅମୃତ ଧାରା

ବହୁଛେ ଆଏଜ୍ ଦେଶେ

କୁନି କୁନି  ସର୍ଗି ଫୁଲ

ନାଚମା ଆସ ହରଷେ  ।।

 

କୁନି କୁନି ତାରା ଆମେ

କଢ ଛୋଟ ଛୋଟ

ଆମର୍ ଭିତରେ    ସମ୍ଭାବନା

ରହିଛେ ମୋଟ ମୋଟ ।।

 

ଯେତକି ଆସୁ ବାଧା ବିପତ୍ତି

ଯେତ୍କି ଅସୁବିଧା

ଟିକି ବିନ୍ଧାଣୀ   ଅଟକିବୁନି

ନଥିବ ଟିକେ ଦ୍ବିଧା  ।।

 

 

 

ଇ ମହା ଉତ୍ସବ   ଦେଖ୍ ବାର୍ ଲାଗି

ନୁହନ୍ ସଭେ ଯୋଗ୍ଯ

କୁନି ବିଜ୍ଞାନୀ   ତିଆର କରୁଁ

ଆମେ ଆମର ଭାଗ୍ଯ  ।।

 

ଜନ୍ହ ମାମୁଁ ନେ     କରମୁ ଘର

ନାଏନ ସେ ଦିନ ଦୂର

ପ୍ରଜ୍ଞାନ୍ ବିକ୍ରମ    ସ୍ଵାଗତ କରବେ

ଯିମା ଚନ୍ଦ୍ର ପୁର  ।।

 

ପୂଜ୍ଯ ଅତିଥି    ମାନକୁ ଆମେ

କରୁଛୁଁ ନମସ୍କାର

ଆସବା ବଛରେ   ଫେର ମିଶମା

ମିଶୁଥିମା ସାଲ ହର  ।।

ଶ୍ରୀମତୀ ପୁଷ୍ପାଞ୍ଜଳି ପଟେଲ, ଟରୋଣ୍ଟୋ, କାନାଡ଼ା

ମଧୁ ଠାରୁ ମଧୁର ତିନି ଅକ୍ଷର

 

ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ

ସେ ନାଁ ଉଚ୍ଚାରଣେ ପ୍ରତିଧ୍ଵନି ଖେଳିଯାଏ

ମର୍ତ୍ତ୍ୟରୁ  ଆକାଶ ଯାଏ

ନଥାଏ ଅଜଣା କେବେ ତାଙ୍କରି ନାଁ

ଦୁନିଆଁରେ  ସେ ନାଁ ନଥାଏ ଅଜଣା

ଜଣେ ବାପା ଜଣେ ମାଁ

ତାଙ୍କରି ଚରଣେ ଏ ସାରା ଦୁନିଆ

ଏ ସଂସାରେ ତାଙ୍କ ପାଇଁ ଆମରି ନାଁ

ବାପାଙ୍କ ହୃଦୟ ବିଶାଳ ସାଗର

ମାଁ ର ପଣତେ ବନ୍ଧା ଶ୍ରୀମନ୍ଦିର ନେତ

ବହୁଛି ହୃଦୟେ ମମତା ର  ଗଙ୍ଗାଧାର

ତାଙ୍କ ହାତ ଧରି ବାଟ ଚାଲୁଥିଲେ

ଛୋଟ ପଡିଯିବ ସାରା ସଂସାର

ତାଙ୍କରି ଚରଣେ ଅଛି ପୁଣ୍ୟ ତୀର୍ଥ

ହୃଦୟ ତାଙ୍କର ମମତା ମହଲ

ସେ ମହଲେ ଖଞା ହୀରା, ମୋତି, ମାଣିକ

ତିନୋଟି ଅକ୍ଷର ଅମୁଲ ମୂଲ

ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ

ସେ ଚାରି ଆଖିରେ ଦିଶେ ସାରା ଦୁନିଆଁ

ଜଣେ ବାପା ଜଣେ ମାଁ

ମଧୁ ଠୁ ମଧୁର ଦୁଇଟି ନାଁ

ଜଣେ ବାପା ଜଣେ  ମାଁ

ରାଜ ବିହାରୀ ପାଣ୍ଡେ, ବେହେରା ମାଳ, ଝାରସୁଗୁଡା

ହିରୋ ଦାଦା

ଏ ଦାଦାରେ ଦାଦାରେ

ତୋର ମୋର ଜୁଡି ସୁପର ହିଟ ଆଏ

ଜଣେକେ ବିନା ଦୁସରା ଚିତ ଆଏ (୨)

ଦାଦାରେ   ଦାଦାରେ

ଏ ଦାଦାରେ ମୋର ହିରୋ ଦାଦାରେ   ।

ଏ   ଦାଦାରେ     ଦାଦାରେ

ମଜା କରଥସ ମମାକେ ଘରେ,

ବୁଳଥସ କେତେ ମଡୁଆ ଶାଳେ,

ଭୁଲା ଯାଥସ ମଲା ତଏଁ ପରେ

ଦାଦାରେ  ଦାଦାରେ

ଏ   ଦାଦାରେ    ଦାଦାରେ

ମୋର ହିରୋ ଦାଦାରେ    ।

ଏ ଦାଦାରେ ଦାଦାରେ

ମାମାକେ ସଂଗେ କେତେ ବୁଳଥସ,

ଆମ, ତାମ, ଜାମ କେତେ ଟୁଲଥସ,

ମାଉସୀ ସଂଗେ ଗେଲ କରଥସ

ଦାଦା  ଦାଦାରେ

ଏ ଦାଦାରେ   ଦାଦାରେ

ମୋର ହିରୋ ଦାଦାରେ   ।

ଏ ଦାଦାରେ ଦାଦାରେ

ଆସଥସ କକେ ସପନ ଦେଖଥଁ,

ଚମେକେ ମଟନେ ଦେଖ ପକାଥଁ,

ସପନ ଆଏ ଭାବେ ଲଜା ଯାଥଁ

ଦାଦା ଦାଦାରେ

ଏ ଦାଦାରେ ଦାଦାରେ

ମୋର ହିରୋ ଦାଦାରେ  ।

ତୃପ୍ତି ନାଏକ, ସୁନ୍ଦରଗଡ଼ ଓଡ଼ିଶା

ହାମ ଅଘରିଆ ,ବହୁତ୍ ବଢ଼ିଆ

ହାମ ଅଘାରିଆ, ବହୁତ ବଢିଆ,
ହାମର ନିଶାନି, ଠେଠରୀ, ସିଝ ରୀ,ଆଉ ଭଜିଆ।
ହାମ ଆଘାରିଆ…….,…………1

ସଖାଲ ପାହେଲେ, ପାତଲ ସଙ୍ଗେ ଚକେଲ ଆଉ ଖପରା
ବାସି ପଖାଲେ ଝ୍ହୁରି 6ହଣୁଆ ଆଉ ଦହି ସଂଗେ ମୁରହି ଫୁଲକା ଲିଆ।
ହାମ ଅଘରିଅ।………………2

ଯେତକି ସରଳ ମନ୍, ହେତକି ହାମ ମେହନତି ଆ,
ବେଶୀ କିଛି ନି ରହେଲେ ଭି , କର୍ଥନ୍ ହାମ୍ ମହଲ ଠିଆ ।
ହ।ମ୍ ଅଘରୀଆ………………3

ରଙ୍ଗ, ରୂପ ,ଚାଲି ଚଳନ କେ ଧନୀ ହ।ମ୍,ସୁଖ ଦୁଃଖ ଥି ହେଥନ୍ ଏକ୍ତଠନିଆଁ,
ଦାନ ଦକ୍ଷିଣା,ପୂଜା ପାଠ ସବୁଥି ହାମର୍ ମନ୍ ଗୌଟିଆ
ହାମ ଆଘରିଅ।…………4

ମାଏନ ମଂଶ। ତିହାର ମାନାଥନ ,ଭାଷା ଭି ହାମର ସୁଆଦିଆ,
ସ୍ଵାଭିମାନ କେ ଜୀଵନ୍ ଜିଥନ,ନି ମାଙ୍ଗନ୍ କହଲା ଫୁକଟିଆ ।
ହାମ ଅଘରିଆ……………5

ହାମର୍ ଜାତି ମିଲମିସ କେ , ରହ ବୋ ସବୁଦିନେ ଏକଜୁଟିଆ,
ଛାତି ଫୁଲାଏ କେ କହେଲ ପ।ର୍ବୋ ଜୟ ଅଘରିୟା ,ଜୟ କହ୍ନେୟା ।
ହାମ ଅଘରିୟା,ବହୁତ୍ ବଢିଆ।
ହ।ମ୍ ଅଘରିଆ ବହୁତ୍ ବଢିଆ

Leave a Reply

Your email address will not be published. Required fields are marked *