ବନାନୀ ବାଳା ନାଏକ, ସୁନ୍ଦରଗଡ଼
ଜନନୀ
ମମତା ମୟୀ ସେ ସ୍ନେହ ମନ୍ଦାକିନୀ କରୁଣା ମୟୀ ଜନନୀ, ସ୍ନେହ କାଙ୍ଗାଳୁଣୀ,ଗରଭ ଧାରିଣୀ ସୁଖ ଶାନ୍ତି ପ୍ରଦାୟିନୀ ।।ଦଶ ମାସ ଧରି ଗର୍ଭରେ ପାଳଇ ଦେଖଇ ସପନ କେତେ, ମରଣ ସହିତ ସଂଘର୍ଷ କରିଣ ଜୀବନ ଦେଇଛି ମୋତେ ।।ପିଆଇ ଆପଣା ଲହୁ, ସୁଖରେ,ଦୁଃଖରେ, ବାଧା ବିପଦରେ ସାହା ହୁଏ ମୁହୁର୍ମୁହୁ ।।ସନ୍ତାନ ର ଦୁଃଖ ସହି ପାରେ ନାହିଁ ଠାକୁର ଙ୍କୁ ଡାକୁ ଥାଏ, ମୋ ପାଦେ ଫୁଟିଲେ କଣ୍ଟା ଟିଏ, ତାର ହୃଦୟେ ଆଘାତ ହୁଏ ।।ମୋ ପାଇଁ କରଇ ବାର ବ୍ରତ ଓଷା ମୋ ସୁଖ ମାନସୁ ଥାଏ, ମନ ଲାଖି ଖାଦ୍ୟ ସୁନ୍ଦର ପୋଷାକ ମୋ ପାଇଁ ସେ ଖଞ୍ଜି ଦିଏ ।।କୋଳ ଟି ତାହାର ଶାନ୍ତି ଗନ୍ତା ଘର ପଣତ ମନ୍ଦିର ନେତ, ସନ୍ତାନ ର ପାଇଁ କଳ୍ପବଟ ଦ୍ରୁମ ହୁଅଇ ସୌଭାଗ୍ୟ ପ୍ରାପ୍ତ ।।ଯାହା ମାଗି ଦେଲେ ମନା କରେ ନାହିଁ ସରାଗ ରେ ଦିଏ ଆଣି, ମମତା ପସରା ସୁଖ ର ଅସରା ସର୍ବ ସୌଭାଗ୍ୟ ର ଖଣି ।।ମା କୋଳେ ଥିଲେ ବାଧା ବିପଦ କୁ ନ ଥାଏ ମନ ରେ ଦକ, କାନି ଘୋଡ଼ି ହେଲେ ଶୀତ କଷ୍ଟ ଯାଏ ଡରି ଫେରେ ଦୁଃଖ ଯାକ ।।ଆହା କି ମଧୁର ତା ତୁଣ୍ଡ ବଚନ ସରଗ ର ସୁଧା ଝରା, ଆଉଁସି ଦେଲେ ସେ କଷ୍ଟ ଦୂର ହୁଏ ହସ ତାର ମଧୁ ଝରା ।।ଯେତେ ଅଝଟିଆ ହେଉ ଥିଲେ ମୁହିଁ ଜମା ସେ ରାଗଇ ନାହିଁ, ସୁନା ଧନ କହି ଧୂଳି ପୋଛି ଦେଇ ସରାଗେ ନିଏ କୋଳେଇ ।।ମା ହାତ ଧରି ଚାଲି ମୁଁ ଶିଖିଲି କଥା କହି ଶିଖି ଗଲି, ସଂସ୍କୃତି,ସଂସ୍କାର ମାଆ ଶିଖାଇଲା ମଣିଷ ଟିଏ ମୁଁ ହେଲି ।।ପୀୟୂଷ ରେ ଭରା ମନ୍ଦାକିନୀ ଧାରା କଲ୍ୟାଣ ମୟୀ କଲ୍ୟାଣୀ, ପୂଣ୍ୟ ଵଇକୁଣ୍ଠ ଧୈର୍ଯ୍ୟ ର ଶିଖରୀ ସ୍ନେହ ମୟୀ ସ୍ରୋତସ୍ଵିନୀ ।।ଜନନୀ ହୃଦୟ କୋଟି ପୁଣ୍ୟ ତୀର୍ଥ ସାଗର ଠାରୁ ଗଭୀର, ଅନ୍ତରୀକ୍ଷ ସମ ପ୍ରଶସ୍ତ ଅନନ୍ତ ମମତା ର ସୁଧା ଝର ।।ମାଆ ଚରଣ କୁ ଆଶ୍ରା କରି ଥିଲେ ମାଡେ ନାହିଁ ଦୁଷ୍ଟ ଶକ୍ତି, ମା ଆଶିଷ କୁ ମୃତ୍ୟୁ ଡରି ଯାଏ ମିଳିଯାଏ ଚିର ମୁକ୍ତି ।।ପାଦ ଧୂଳି ତାର ବଡ ଦାଣ୍ଡ ରେଣୁ କୈବଲ୍ୟ ମହାପ୍ରସାଦ, ଜନନୀ କଲ୍ୟାଣେ ଅରିଷ୍ଟ ଖଣ୍ଡନ ପଡ଼ଇ ନାହିଁ ପ୍ରମାଦ ।।ଜନ୍ମଦାତ୍ରୀ ମାଆ, ପାଳୟିତ୍ରୀ ମାଆ ମାତୃଭୂମି ମାଆ ସମ, ମାଟି ମାଆ ମୋର ଅଟେ ଗରୀୟସୀ ତାଙ୍କ ପଦେ ନମୋ ନମଃ ।
ଇଂ ରାଜ ବିହାରି ପାଣ୍ଡେ, ବେହେରା ମାଳ,ଝାରସୁଗୁଡା
ବସନ୍ତ ଆ ଗୁଇସ
ଜାଡ ଋତୁ ସରିସ,ବସନ୍ତ ଆ ଗୁଇସ, କୁଇଲି କରିସ ନ ଡେରା ଅମା ବାରି ଆଡୁ, ବଉଳକେ ବାସାନା ମହକା ଦଥେ ଗାଁ ସାରା । ମହୁଳ କୁଚି ଲାଗିର, ମହୁଳ ଗଁଛକେ ଡାଳ ଭୂଇଁଥି ଉଲେମ୍ ପଡଥେ, ମହୁଳିଆ ନିଶା, ମନଲା ଝୁମାଥେ, ସୁଲ୍ ସୁଲି ଧୁକା ମାରଥେ । ଫଳସା ଗଛକେ ଡାଳ, ଫୁଲଥି ଭରିସେ ଦୁସ୍ରା ଫୁଳ ଲୁକଥେଁ ଲାଜେ, ଦେଖନ ସୁନ୍ଦର ହେଲେ, ଗୁନ ନି କଏକେ ଝନେ ହେଲେ ନି ଖୁଜେ । ଖେତ ଖଳା କାମନୁ, ଉସ୍ତାର ମିଲିସେ ବରଷକେ ସରିସେ ବୁତା ଗୁଡି ଘରେ ଯେତେ, କହ୍ମିଆଁ ଯୁଆନେ ତାସ୍ ପିଟଥେଁ ଗା ପୁତା । ବଳଦ ଗାଏ ଗରୁ, ଚରଥେଁ ବୁଲଥେଁ ଉଜେର୍ ସବୁ ବାରି ଝାରି ଖାଏଲା ଦରବଲା, କାବୁଲି କାଟକେ ଉଁକଲା ଦଥେଁ ଯେତେ ଜରି । ନିଶ୍ ଚିନ୍ତାଥି ସଭେ, ଖା ଥେଁ ବୁଳଥେ ସବକରନେ ଧନ ଭରିସେ ସବୁ ସବୁ ଆଡେ, ଖୁସି ଭରିସ ବେଳେ ଋତୁକେ ରଜା ଆସିସେ ।
ସବୁନୁ ସୁନ୍ଦର, ମାଧବୀ ପଟେଲ, ଝାରସୁଗୁଡା
ସବୁନୁ ସୁନ୍ଦର
ନିଜେକେ ଭାଷି ସଭ୍ଲା ସୁନ୍ଦର୍ ସବ୍ଲା ସୁନ୍ଦର୍ ମାଆଁ । ନିଜେକେ ଗାଆଁ ସଭ୍ଲା ସୁନ୍ଦର୍ ଯେତେ ଦେଖ ଦୁନିଆଁ। ସକାଲ୍ ଜଲଖିଆ ଚକେଲ୍ ରୁଟି ଚଟ୍ନି ଟିକେ ମିଲ୍ଲେ। ବାସି ପଖାଲେ ହେଣ୍ଡୁଆ ପାତଲ୍ ଶୁଖା ଝୁରିପୁଡା ଥିଲେ। ଦହି ସର୍ବତ ମହୀପାନି ମିଲ୍ଲେ ଖରାଦିନେ। ପାଚ୍ଲା ଲେତି ଚୁଷତେର୍ଲେ ଖରାଲା କିଏ ମାନେ। ଅଜା ଆଈ ନେ କଥାନି ଶୁନା ଫୁଫୁ କେ ଲାଡ ଗେଲ। ମମାଁ ଘର୍ ତ ସବୁ ନୁ ବଢିଆଁ ପାଥେନ୍ ସଭେ ଭଲ। କିନ୍ଦେର୍ ଆସ ବାବୁ ଦୁନିଆଁ ସାରା ଯେନେ ଭି କର ଚାକରି। ନିଜେକେ ଭାଷି ନିଜେକେ ଗାଆଁ କିଏ ନୁହେଁ ଅକର୍ ସରି।
ଗୌରାଙ୍ଗ ପଟେଲ, ଲଙ୍କାହୁଡା, ସୁନ୍ଦରଗଡ (ଓଡିଶା)
ତୁଇଁ ଚାହେଁଲେ ଭି ନିପାରୁ !
ବାପା ମା'କେ ଗାଆଁନୁ ହରିଦ୍ଵାର ନେଇକରି ଆସିଛେ ଅର୍ପଣ । ସାତ୍ ଆଠ୍ ଦିନ୍ ହେବା । ପହେଲେ ହରିଦ୍ଵାର ର ଦର୍ଶନୀୟ ଜାଗା ସବୁ ବୁଲଲେ । ଦୁଇ ନମ୍ୱର୍ ଦିନ ଋଷିକେଶର ଦର୍ଶନୀୟ ଜାଗା ସବୁ ଦେଖାଇଦେଲା ଅର୍ପଣ । ପୁରା ଦିନଟେ ବିଶ୍ରାମ କରବାର୍ ପରେ ବେଲବୁଡା ବାହାରଲେ 'ହର୍ କି ପୌଡି' ରେ ସନ୍ଧ୍ୟା ଆଳତି ଦେଖବାର୍ ଲାଗି । ସଙ୍ଗେ ଅର୍ପଣର କନିଆଁ ଚନ୍ଦା ଆଉ ବେଟି ସଲୋନୀ ଭି ବାହାରଲେ। ହୋଟେଲ୍ ରେ ଖାଇ ଖୁଆକିରି ରାତି ଘରକେ ଫେରଲେ।ଚନ୍ଦାକେ ବହୁତ ଭଲ୍ ପାଏସନ୍ତ ତାଙ୍କର ଶଶୁର୍। ଶାଶୁ ଶଶୁରଙ୍କର୍ କେନ୍ କେନ୍ ଜିନିଷ ଖାଏବାରରେ ପସନ୍ଦ ଅଛେ, ଚନ୍ଦା ଠିକ୍ ଜାନିଛେ। ଛନାପନା ଖାଏବାର୍ ଲାଗି ବେଶି ଭଲ୍ ପାଏସନ୍ତ୍ ଶଶୁର୍, ଆଉ ଶାଶ୍ କେ ପସନ୍ଦ ପନୀର୍। ଆଈ ନାତେନ୍ ଦୁହିଙ୍କର୍ ବଢିଆ ପଡସି। ଛୋଟ ବେଲୁ ଆଈ ସୁନାଇ ଆସୁଛନ୍ତ କଥାନି। ଆଈ ଆସଲେ ମାନେ, ଗପ ସୁନା ଆରମ୍ଭ। ହେଲେ, ଏବେ ସଲୋନୀ ବଡ ହେଲାନ, ଆଈ ଏବେ ଗପ ଶୁନୁଛଁତ୍ ନାତେନ୍ ଠାନୁ। ଅଜା ଜଣେ ଅବସର ପ୍ରାପ୍ତ ଶିକ୍ଷକ। ଅନୁବାଦ ପାଠ୍ୟକ୍ରମ ଜମାନାର ଅଜା ଗୁପାରେ ପଡିଜିସଁତ୍। ଟେନ୍ସ (କାଳ), ଟ୍ରାନ୍ସଲେଶନ୍ (ଅନୁବାଦ) ବିନା ଇଂରାଜୀ ମିଡିୟମ ସ୍କୁଲ ଥି କେନ୍ତା ପଢୁଛରେ ନନି କହେସଁତ୍ ଅଜା। ସଲୋନୀ ହଁସିକରି କହେସି, ନି' ତ ଆମର୍ ସିଲାବସ୍ (ପାଠ୍ୟକ୍ରମ) ରେ ଅନୁବାଦ ପାଠ ନିନ। କିନ୍ତୁ, ଇଂଲିଶ ରେ ନନୀ ଠିକ୍ ଭାବେ କହିପାରୁଛେ ବେଲେ ତାଙ୍କର୍ ଚିନ୍ତା ଦୂର୍ ହେଲା।ବାର ପନ୍ଦର ଦିନ ହଇଗଲାନ। ଏବେ ଅର୍ପଣର ବାପା ମା କେ ଘାରିଛେ ଘରର୍ ଚିନ୍ତା। ବଡକା ପୋ ତହସିଲ୍ ଅଫିସ୍ ରେ କିରାଣୀ। ଚାଷ ବାସ ସବୁ ସମ୍ଭାଲସଁତ୍। ପଟେ ଦୁହାଲୀ ଗାଈ ଅଛେ। ଅର୍ପଣ ଫି ବେଲବୁଡା କଥା ଲଗାଇ ଦେସି ଘରକେ। ଗାଈ, ବାଛୁର୍, ଧାନ୍ ପାନ୍, ପଡା ପଡୋଶୀ କେତେ ହାଲ୍ ଚାଲ୍ ବୁଝା ବୁଝି ହେସଁତ୍।ବାକି ସବୁ ଠିକ୍ ହେଲେ ଗୁଟେ ଅଠିକ୍ ହେଲା ଆସବାର୍ ବେଲେ ବାପା ମା ଜେନ୍ତା ଖୁସ୍ ଥିଲେ, ଚେହେରା ରେ ସେ ଚମକ୍ ଟା ଆଉ ନିନ। ଅର୍ପଣ ବୁଝିଗଲା ବାପା ମାଙ୍କର୍ ମନ ଆଉ ନି ଲାଗବାର୍। ରାତି ଚନ୍ଦା ସଙ୍ଗେ ଅର୍ପଣ କଥା ହେଉନ୍ ହେଉନ୍ ବିଚାର୍ କରଲେ ଯେ, ଆଉ ବେଶିଦିନ୍ ରଖି ନିହଏ ବାପା ମାଙ୍କେ। ଅର୍ପଣ ଜଣେ ସୈନିକ ଆଏ। ଗୁଜୁରାଟ ର ଭୂଜ ଅର୍ମି କ୍ୟାଣ୍ଟନେ ଥିବାର୍ ବେଲେ ତା'ର ବିହା ହଇଥିଲା। ସେନୁ ପୋଷ୍ଟିଙ୍ଗ ଯାଇଥିଲା ଆସାମ ର ଡିବୃଗଡ, ତାରପରେ କେରଳ ର ତ୍ରୀବେନ୍ଦ୍ରମ୍ କେ। ତିନ୍ହି ଜାଗାକେ ବାପା, ମା, ଦଦା, ବହୁ ଆଉ ପୁତରା, ପୁତରି କେ ଦେଖାଇ ଦେଇଛେ।ବାପା ମା'କେ ହରିଦ୍ଵାର ଆନବାର୍ ଆଗରୁ ସେ ତା'ର ଦଦା ବହୁ ସଙ୍ଗେ କଥାବାର୍ତ୍ତା ହଇଥିଲା। ବାପା ମା ଯେତେ ଦିନ୍ ଚାହେଁବେ ରଖବୁ କହିଥିଲେ ଦଦା। ହେନ୍ତାଥି , କେନ୍ ହିସାବେ ସେ ଫେରବାର୍ ଟିକେଟ୍ କରତା। ଆଉଭି, ନେଇକରି ଯିବାର୍ ଆଘୁଁ କେବେ ଆସବ କହିକରି ପଚରାବାରଟା ଭି ତ ଭଲ୍ ନିଦିଶେ !ଯା' ହେଉ, ଫେରବାର୍ ଟିକେଟ ମିଲଲା ପନ୍ଦର ଦିନ୍ ପରର୍। ବାପା ମା'ଙ୍କର ଚେହେରା କହି ଦେଉଥାଏ ଯେ ଏଖେନ୍ ସେମାନେ ନିସଁସେ ଅଛଁତ୍।ବାଃ ରେ ଜନମ ମାଟି, କେତେ ତୋର୍ ଆକର୍ଷଣ କହି ହେଉଥାଏ ଅର୍ପଣ !ହରିଦ୍ଵାର ର ପରସାଦ୍, ଆର୍ମି କେନ୍ଟିନ୍ ନୁ କୁକର୍, ପଙ୍ଖା, ମାଖନ୍ ଘସନ୍ ସାମାନ୍ ଘିନି ଆନବାର୍ ଲାଗି କହେଲେ ଚନ୍ଦା। ବାପା ମା ସଙ୍ଗେ ଅର୍ପଣ ହରିଦ୍ଵାର - ପୁରୀ ଏକ୍ସପ୍ରେସ୍ ଧରଲେ। ବାପା ମା ଖୁସୀ ଥିବାର୍ ମାର୍କ କରିପାରୁଥାଏ ବେଟା ଅର୍ପଣ।ଦୁଇଦିନ୍ ରହିକରି ଫେରି ଆସଲା ଅର୍ପଣ। ଲମ୍ବା ଜର୍ନି। କେତେ କଥା ଭାବୁଥାଏ ମନେ ମନ୍। ଛୋଟ୍ ବେଲର୍ ଗୁଟେ କଥା . ..। ଗାଆଁ ଥି ଆଠ ଦଶ ଦିନ ଧରି ପାଲା କାର୍ଯକ୍ରମ ଚାଲିଥାଏ। ଦିନେ ପାଲାବଲିଆ ଗୁରୁକେ ଡାକିଥିଲେ ବାପା। ସେ ହାଁଥ ଭି ଦେଖି ଜାନୁଥିଲେ। ମା କହେଲେ, ଦଦା ଆଉ ନାନୀର୍ ପରେ ଅର୍ପଣ ର ହାଥ୍ ଦେଖାବାର୍ ପାଲି। ତାର୍ ହାଥ୍ ଦେଖିକରି ଗୁରୁ କହେଲେ "ତୁଇଁ ଚାହେଁଲେ ଭି ତୋର୍ ବାପା ମା'ର ସେବା କରି ନି ପାରୁ"!ହେଦିନୁ ତାର୍ ମାଇଣ୍ଡରେ ପ୍ରଶ୍ନ ଉଠି ଆସୁଛେ "ଯଦି ଜଣେ ଚାହୁଁଛେ ହେଲେ କେନ୍ତା କରି ନିପାରବା ?'ହେଥିର୍ ଲାଗି, ହାତ ଦେଖାବାର୍ କି ରାଶିଫଳ ଦେଖବାର୍ ରେ କେଭେ ତା'ର ଇଚ୍ଛା ନିହଏ।ଏବେ ଅର୍ପଣକେ କଥାଟା ସତ୍ ସତ୍ ଲଗୁଛେ, ପାଲାବଲିଆ ଗୁରୁ ଠିକ୍ କହିଥିଲେ। ପରିସ୍ଥିତି ତଥା ଉପରବାଲାର୍ କୃପା ଥିଲେ ଯାଇ ସବୁ ସମ୍ଭବ ହେସି, ଇସବୁ ସେ ଭାବୁଥାଏ।ଡିଫେନ୍ସ ଚାକରୀରେ ସେ ହେନ୍ତା ଭି ବାହାରେ ରହିଆସୁଛେ। ସର୍ଭିସ୍ ଛାଡବାର୍ ପରେ ହଇପାରେ ସେ ଘରେ ରହେବା। ହଇପାରେ ହେତକି ବେଲେ ବାପା ମାଙ୍କର ସେବା କାରବାର୍ ମୌକା ମିଲିପାରେ !ପୋଜିଟିଭ୍ ଭାବେ ଏନ୍ତା ଭାବୁଥିବାର୍ ବେଲେ, ପାଲାଗୁରୁଙ୍କର ଭବିଷ୍ୟତବାଣୀ କିନ୍ତୁ ଅର୍ପଣର ସବୁ ଭାବନାକେ କାଟି କାଟି ଦେଉଥାଏ ! ଇ ଦୋ ଦୋ ପାଞ୍ଚ ଅବସ୍ଥାରେ ହଠାତ୍ ଟ୍ରେନ ହଲ୍ଟ ହଇଗଲା। ଭବନାରେ ବାଧା। ଆଖେ ପାଖେ ଷ୍ଟେସନ୍ ଭି ନିନ। ଦସ୍ ପନ୍ଦର ମିନିଟ୍ ପାର୍ ହଇଗଲା। ଗୁଟେ ମାଲ୍ ଗାଡି କ୍ରସ କାରବାର୍ ପରେ ଧିରେ ଧିରେ ଟ୍ରେନ ଆଗେ ବଢ଼ଲା ।
ଜାଗୃତି ନାଏକ, ସୁନ୍ଦରଗଡ
ଆହେ ଜଗନ୍ନାଥ !!
ଏ ଅସଂପୂର୍ଣ୍ଣ ଦୁନିଆର ତୁମେ ହିଁ ତ ନାଥ ପୂର୍ଣ୍ଣ ଗୋଡ଼ ହାତ ତୁମର କିମନ୍ତେ ଥାଆନ୍ତା କୁହତ ବୁଝି ପାରୁନାହିଁ ତୁମର ବିଚିତ୍ର ବେଭାର ଏ ଜଗତ କାହିଁ ଏ ରହସ୍ୟମୟ ଅବସ୍ଥାରେ ହେଲ ଆବିର୍ଭୁତ। ସମସ୍ତେ ତ ଅଜ୍ଞାନର ନିଦ୍ରାରେ ଉଦ୍ବେଳିତ ସେଥିପାଇଁ ତ ଚକାଡୋଳା ରୁହନ୍ତେ ଅପଲକେ ଜାଗ୍ରତ ଅପରୂପ ତୁମେ ଏକ, ଅନନ୍ୟ, ଅଦ୍ଭୁତ ତୁମରି ସମ୍ମୁଖରେ ସ୍ୱର୍ଣ୍ଣପ୍ରଭ ସୂର୍ଯ୍ୟ ଉଦୟ ଓ ଅସ୍ତ। ଉଦ୍ଦାମ ଉତ୍ତଳ ଅସଂଖ୍ୟ ଲହରୀରେ ହୋଇ ଏକୀଭୂତ ସମୁଦ୍ରର ତଟେ ନୁହେଁ, ବକ୍ଷ ଦେଶରେ ଉର୍ଦ୍ଧ୍ବlୟିତ ଅନନ୍ତକୁ ତୁମେ ଦିଅ ଆଦି ଏବଂ ଅନ୍ତ ତୁମେ ହିଁ ତ ଓଁକାର ଧ୍ଵନି, ଅଜାତ, ଅଶୃତ।
ସୁପ୍ରଭା ନାଏକ,ସୁନ୍ଦରଗଡ ଜୀବନଟାଜୀବନଟା.... ଅଙ୍କା ବଙ୍କା ନଈ ଟିଏ କେବେ ହସ କେବେ କାନ୍ଦ । ଜୀବନଟା.... ମରୁଭୂମି ଟିଏ କେବେ ଖରା ଛାଇ । ଜୀବନଟା.... କଣ୍ଟକିତ ପଥଟିଏ କେବେ ଫୁଲ ତ କେବେ କଣ୍ଟା । ଜୀବନଟା..... ବେଳାଭୂମି ଟିଏ କେବେ ଝଡ କେବେ ବାତ୍ୟା । ଜୀବନଟା.... ମୁଦ୍ରା ଟିଏ ସୁଖ ଦୁଃଖ ଦୁଇ ଭାଈ । ଜୀବନଟା.... ପାଣି ଫୋଟୋକା ଟିଏ ଏବେ ଅଛି ଏବେ ନାହିଁ ।ଜୀବନଟା.... ସବୁରୀ ମିଶ୍ରଣ ଗର୍ବ ଅହଂକାର କି ପାଇଁ ।
ତାନିଆ ପଟେଲ ସୁରଗୁଡା, ସୁନ୍ଦରଗଡ ସମୟ ଶିଳ୍ପୀଜୀବନ ଏକ ଅପେରା ରାସ୍ତା, ସମୟ ଗଡୁଥାଏ, ବୟସ ବଢୁଥାଏ ଖିର୍ଣ୍ଣ ହୁଏ ଆୟୁଷ, ଆଉ ସଙ୍କୁଚିତ ହୁଏ ପରିସର ସମ୍ପର୍କ ର । ଶିଳ୍ପୀଟିଏ ପରି ଅନେକ କିଛି ଗଢୁ ଗଢୁ, ଅନେକ କିଛି ଭାଙ୍ଗି ଦେଇଥିଲା ସମୟ । ଅନେକ କିଛି ପାଇବାର ଖୁସି ବେଳେ ବେଳେ କମ ଲାଗୁଥିଲା, ଅନେକ କିଛି ହରେଇଥିବାର । ଦୁଃଖ ଆଗରେ । ସ୍ୱପ୍ନରେ ଦେଖିଥିବା ଜୀବନର ଦୃଶ୍ୟ ମନରେ ଆଙ୍କିଥିବା ଛବି ମନେହଉଥିଲା ବାସ୍ତବ ଜୀବନଠୁ, ବିପରୀତ ଆଉ ଭିନ୍ନ । ପୁଣିଥରେ ସବୁ ସାଉଁଟି ନେବା ପାଇଁ ନଥିଲା ସମୟ, କର୍ତବ୍ୟ ହାତରେ ବନ୍ଧା ପଡିଯାଇଥିଲା ବାକିତକ ଆୟୁଷ । ପଛକୁ ଚାହିଁ ଦେଖେତ ପାଦ ଚିହ୍ନ ସବୁ ଲିଭି ଯାଇଥିଲା ଚିହ୍ନା ଚେହେରା ସବୁ ଅଚିହ୍ନା ଲାଗୁଥିଲା । ମୁଁ ଚାହିଁଥିବା । ଗଳ୍ପଟି ଲେଖିବା ପାଇଁ, ନା ପୃଷ୍ଠା ବାକିଥିଲା ନା ଥିଲା ମୋ କଲମ ରେ ନୀଳ ।
ରଞ୍ଜନ ପଟେଲ, ନୁଆଡିହି, ସୁନ୍ଦରଗଡ ଇଂ. ନରହରି ପଟେଲ – ଏକ ବିରଳ ସମିଶ୍ରଣଇଂ.ନରହରି ପଟେଲ, ଜଣେ ପ୍ରତିଭାବାନ କଳାକାର । ମଣିଷ ଯେତେ ବନ୍ଧନ ବା କର୍ମଜଞ୍ଜାଳ ଭିତରେ ଜଡ଼ିତ ହେଲେ ମଧ୍ୟ ତା’ଭିତରେ ଥିବା ପ୍ରତିଭା ବେଶୀ ସମୟ ଲୁକ୍କାୟିତ ହୋଇ ରହିପାରେନା ଦିନେ ନା ଦିନେ ଆସିଯାଏ ଲୋକଲୋଚନକୁ । ଏଭଳି ଏକ ପ୍ରତିଭା ନେଇ, ସୁନ୍ଦରଗଡ ଜିଲ୍ଲାର ନୂଆଁଡ଼ିହି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଇଂ.ନରହରି ପଟେଲ ।ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ବାଲ୍ୟକାଳରୁ ହିଁ ବିକଶିତ ହୋଇଥିଲା । ପରବର୍ତ୍ତୀ ସମୟରେ ଇଂଜିନିଅରିଙ୍ଗକୁ ନିଜ କର୍ମପନ୍ଥା ରୂପେ ଆଦରି ନେଇଥିଲେ ମଧ୍ୟ ନିଜ ଅଭିନୟ ର ପ୍ରତିଭାରୁ ଦୂରେଇ ପାରିନଥିଲେ । ପାଞ୍ଚ ବର୍ଷ ବୟସରେ ଆରମ୍ଭ ହେଲା ପାଠପଢ଼ା । ବାପା ଥିଲେ ଶିକ୍ଷକ । କଳା ପ୍ରତି ତାଙ୍କର ରୁଚି ଦେଖି, ବାପା ପାଠପଢ଼ା ସାଙ୍ଗରେ ତାଙ୍କୁ ପ୍ରବର୍ତ।ଇଲେ ଗୀତ ଗାଇବା ପାଇଁ । ଅନେକ ସମୟରେ , ଶିକ୍ଷକବୃନ୍ଦ, ସଭାସମିତି ଓ ବାପାଙ୍କ ବନ୍ଧୁ ଗହଣ ରେ ଗୀତ ଗାଉଥିଲେ, ତ କେତେବେଳେ ଗପ ଶୁଣାଉଥିଲେ । ତାଙ୍କର କଣ୍ଠ ବେଶ ମର୍ମସ୍ପର୍ଶୀ ହୋଇଥିବାରୁ ସବୁବେଳେ ପ୍ରଶଂସା ର ପାତ୍ର ହେଉଥିଲେ । ନିଜର ଉତ୍ସାହ ଓ ଗୁରୁଜନ ଙ୍କ ପ୍ରେରଣା ତାଙ୍କ ପରବର୍ତ୍ତୀ ଜୀବନର ସମ୍ବଳ ହୋଇଥିଲା । ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ସମୟରେ ମଞ୍ଚସ୍ତ ନାଟକ “ନିମାଇଁ ସନ୍ୟାସ” ସନ ୧୯୫4 ମସିହା ରେ ପ୍ରଥମ କରି ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ସମୟରେ ଆମ ଗାଁ ରେ ନାଟକର ଆୟୋଜନ ହୁଏ । ତାଙ୍କର ପ୍ରଥମ ଅଭିନୀତ ନାଟକ ଟି ମନଛୁଆଁ ହୋଇଥିବାରୁ ତାଙ୍କୁ ଅନେକ ନାଟକ ଯଥା: “ଭାଇ ଭାଉଜ”, “ଭକ୍ତ କବୀର” ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । କଲେଜ ରେ ଅଧ୍ୟୟନ କରୁଥିବା ସମୟରେ, ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ କେତେବେଳେ ଗାୟକ ହିସାବରେ ତ କେବେ ଅଭିନେତା ହିସାବରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ତା’ପରେ ଇଲେକ୍ଟ୍ରିକାଲ ଇଂଜିନିଅର ଭାବେ ଆରମ୍ଭ ହେଲା ଚାକିରୀ ଜୀବନ, ଭଲ ଗାୟକ ଟେ ହୋଇ ସୁନାମ ଅର୍ଜନ କରିବାର ମନରେ ଥାଏ ପ୍ରବଳ ଇଚ୍ଛା । କିନ୍ତୁ ଠିକ ସମୟରେ ସୁଯୋଗ ପାଇ ପାରିନଥିଲେ । ବେଳେବେଳେ ଇଚ୍ଛା ଥିଲେ ମଧ୍ୟ ସାମାଜିକ ଜଞ୍ଜାଳ ର ବନ୍ଧନ ଯୋଗୁଁ ନିଜ ଇଛା କୁ ଦମନ କରିବାକୁ ହୁଏ । କିନ୍ତୁ ତାଙ୍କର ସେହି ପ୍ରବଳ ଇଛାଶକ୍ତି ଯୋଗୁଁ ଚାକିରୀ ଜୀବନରେ ମଜ୍ଜି ମଧ୍ୟ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର ସଂସ୍ପର୍ଶରେ ଆସି, ଅନେକ ନାଟକରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେଗୁଡିକ ମଧ୍ୟରୁ “ଅପରିଚିତ”, “ଯାଯାବର”, “ମୁଠାଏ ମାଟି”, “ପ୍ରହେଳିକା”, “ବେଣୀ ବନ୍ଧନ”, “ଅଭିଶପ୍ତ ଘୁଁଘୁର”, “କଚ ଦେବଯାନୀ”, “ଅନାର କଲି”, “କାଚଘର”, “ଇତିହାସ ରତ୍ନଗଡର”, “ସୁନାପୁଞ୍ଜୁରୀ”, ଇତ୍ୟାଦି ଉଲ୍ଲେଖନୀୟ ।ଜାନୁୟାରୀ ୧୯୭୮ ମସିହା ରୁ ଆକାଶବାଣୀ ସମ୍ବଲପୁର ର ଏବଂ ନଭେମ୍ବର ୧୯୮୧ ମସିହା ରୁ ଦୂରଦର୍ଶନ କଟକର ସ୍ୱୀକୃତି ପ୍ରାପ୍ତ କଳାକାର ଭାବରେ ବିଭିନ୍ନ ନାଟକରେ ଅଂଶ ଗ୍ରହଣ କରି ଆସୁଛନ୍ତି । ୧୯୮୮ ମସିହା ରେ ପ୍ରଥମ କରି ସୁଯୋଗ ପାଇଲେ ଚଳଚିତ୍ର ରେ ଅଭିନୟ କରିବା ପାଇଁ I ଏଇ ଗୌରବରେ ଗୌରଵାନ୍ଵିତ୍ୟ କରିଥିଲା ଚଳଚିତ୍ର “ଭୁଖା” I ସମ୍ବଲପୁରୀ ଭାଷାରେ ପ୍ରଥମ ମୁକ୍ତି ଲାଭ କରିଥିବା ଫିଲ୍ମ ହେଲା “ଭୁଖା” । ଏହା ୧୯୮୯ ମସିହାରେ ମୁକ୍ତି ଲାଭ କରି ଥିଲା । ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦେଶିତ ଏହି ଫିଲ୍ମ ଗୀଜନ ଅନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ପୁରସ୍କାର ମଧ୍ୟ ଲାଭ କରିଥିଲା । ୟା ପରେ ଅଭିନୟ କରିବାର ସୁଯୋଗ ଆସିଲା – ଚଳଚିତ୍ର “ଆକାଶର ଆଖି”, “ଉଲୁଗୁଲାନ” ଏବଂ ଏବେ “ସୁଜନ ଜାନୀ” କୋଶଲି ସିନେମା ସୁଜନ ଜାନୀ, ଝଡିଆ କନ୍ଧପରଜା ଜନଜାତି ର ସରବ ହରାଟେ I ଲେଖକ ଦେବରାଜ ସାହୁ, ନିର୍ଦେଶକ ପ୍ରଶାନ୍ତ ଖମାରୀ, ଶମ୍ଭୁ ପ୍ରସାଦ ଦାସ, କ୍ୟାମେରା ପରିଚାଳକ ପ୍ରକାଶ ଷଡ଼ଙ୍ଗୀ, ରାମନାରାୟଣ ବେଜ, ଡ଼.ଘାସିରାମ ମିଶ୍ର, ଶ୍ରୀ ରାଧା, ମିଲି, ଶ୍ରାବଣୀ ପ୍ରମୁଖ. ଚିତ୍ର ନାଟ୍ୟ ଓ ପ୍ରଯୋଜନା ଟୁନା ମହାନ୍ତି, ସଂଗୀତ ସର୍ବେଶ୍ୱର ଓ ଜିତେନ୍ଦ୍ର (ଜିତୁ), କଣ୍ଠଦାନ ଅଞ୍ଜନ, ସର୍ବେଶ୍ୱର ଓ ଜିତେନ୍ଦ୍ର (ଜିତୁ), ଲିପି ଓ ବରିଷ୍ଠ କଳାକାର ନରହରି ପଟେଲ ମୁଖ୍ୟ ଚରିତ୍ର ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଥିଲେ । ସେ ଯେ ଜଣେ ଭଲ ଅଭିନେତା ହେବା ସାଙ୍ଗେ ସାଙ୍ଗେ ଜଣେ ଉତ୍ତମ ପିତା ମଧ୍ୟ ଅଟନ୍ତି । ଏଭଳି ଏକ ମହାନ ପ୍ରତିଭା ବାନ ଓ ଉତ୍ତମ ପିତା ପାଇଥିବାରୁ ମୁଁ ଗର୍ବିତ । ଆଜି ମୁଁ ଯେଉଁ ମାନବ ସେବା କାର୍ଯ୍ୟ ଟି କରୁଛି,ଏହାର ପ୍ରେରଣା ଓ ପ୍ରୋତ୍ସାହନ ମୋ ବାପାଙ୍କ ଠୁ ମତେ ମିଳିଛି । ଏଭଳି ଏକ ସୁଯୋଗ୍ୟ ପିତାଙ୍କର ସନ୍ତାନ ହୋଇଥିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିବାରୁ ପ୍ରଭୁଙ୍କୁ ମୋର ଅଶେଷ ପ୍ରଣାମ ।
ଲିପ୍ ସା ପଟେଲ,ଭବାନୀପାଟଣା,କଳାହାଣ୍ଡିଖୋଳପା
ତା' ଆଖିରେ ଦପ୍ ଦପ୍ ଜଳୁଛି ତା' ପାରିବାପଣିଆର ଜିତ୍ ମୋ ଦେହରେ ଦାଗ ହୋଇ ଶୋଇରହିଛି ମୋ ହାର୍ ନିଜ ଭିତରେ ଜମାଟ ମୋର ନିର୍ଲଜ ହସ ସଜାଉଛି ଏକ ରୁକ୍ଷତାର ପଟୁଆର, ମୁଁ କଣ ନିଃଶେଷ କରିପାରିବି ତାକୁ ମୁଁ କଣ ଦମନ କରିପାରିବି ତା' ଦର୍ପକୁ ନା, କେବେ ନୁହେଁ....... ତା' ପରାଜୟରେ ମୃତବତ୍ ମୋ ଉଦ୍ଦୀପନାର ଲାଳସାକୁ ପୁଣି ସାମ୍ନା କରିବି କେଉଁ ଖେଳରେ? ଫେରିଆସିପାରେ ପୁଣି ସେଇ ତାରକସି ସମୟ ଗାଲିଚା ପରି ବିଛେଇ ହୋଇପାରେ ସେଇ ଉଚ୍ଛନ୍ନ ବେଳା, ମୁଁ ସାଜିବାକୁ ପ୍ରସ୍ତୁତ ଏକ ଶବ ଯଦି ସିଏ ହୋଇଯିବ ଧୋବ ଫରଫର ଏକ ଚାଦର ।
ସୁଜାତା ନାଏକ ସରଗାଡ଼, ବଲାଙ୍ଗିର ଇନ୍ଦ୍ରଧନୁପ୍ରଚଣ୍ଡ ବର୍ଷା ଛାଡ଼ିଗଲା ପରେ ଅଳ୍ପ ଖରା ସ୍ପର୍ଶ କଲାପରେ ତୁମ ଆଗମନ ହେ ଇନ୍ଦ୍ରଧନୁ ଦୂର ଦିଗନ୍ତରେ ସାତ ରଙ୍ଗ ନେଇ ସପ୍ତ ଐଶ୍ଵର୍ଯ୍ୟ ର ଅବିର ଲଗାଇ ଲୁଚକାଳି ଖେଳି ଥାଅ ଗୋ ତୁମେ ହେ ଇନ୍ଦ୍ରଧନୁ,ହେ ଇନ୍ଦ୍ରଧନୁ ତୁମ ରୂପ ଉପମାର କଳନା ନାହିଁ ତୁମ ସୈାନ୍ଦର୍ଯ୍ୟ ର ବର୍ଣ୍ଣନା ନାହିଁ ତୁମ ଚାରୁମାଳା ଶୋଭା ଅଟ'ଇ ଦିବ୍ୟ ଆକାଶ ର କି ଅପୂର୍ବ ସୈାଭାଗ୍ୟ ଛଟକ ଛ'ଇ ତୁମେ ଦେଖାଇ ତୁମେ ଗୋ ଧରାକୁ ଦିଅ ଅନାଇ ତୁମ ଅପରୂପ ସୁନ୍ଦରତା ହୃଦେ ବଢ଼ାଏ ବ୍ୟାକୁଳତା କେ କରିଛି ତୁମ ସୃଷ୍ଟି ସଂରଚନା ରୂପ ତୁମ ଗୋ ମନମୋହନା ବାଳ, ବୃଦ୍ଧ ସର୍ବେ ହୁଅନ୍ତି ହରସ ତବ ଦର୍ଶନେ ସର୍ବେ ହସ,ହସ ନିରେଖି ଦେଖିଲେ ତବ ରୂପ କାନ୍ତି ନିମିଷେ ଦେଇଜାଅ ତୁମେ ଶାନ୍ତି ବିଧାତା ଙ୍କ ତୁମେ ଅପୂର୍ବ ସୃଷ୍ଟି ସଭି ଙ୍କ ହୃଦୟେ ଭରିଦିଅ ସନ୍ତୁଷ୍ଟି ହେ ଇନ୍ଦ୍ରଧନୁ,ହେ ଇନ୍ଦ୍ରଧନୁ ଅପୂର୍ବ ସୁନ୍ଦର ତୁମରି ତନୁ
ସୁସ୍ମିତା ପଟେଲ, କୁଚିଣ୍ଡା, ସମ୍ବଲପୁର ଜୀବନବଞ୍ଚିବାକୁ ହୁଏ ବୋଲି ବହୁତ୍ କିଛି କିମ୍ବଦନ୍ତୀ କହେ ! ମୁଁ କିନ୍ତୁ ଖୋଜୁଥାଏ ପୃଷ୍ଠା ଯାହା କେବେଠୁ ଚିରି ହଜି ଯାଇଥାଏ ଯେଉଁ ଠାରେ ଜୀବନର ସଂଜ୍ଞା ଲେଖା ହୋଇଥାଏ । ଜନ୍ମ ଆଉ ମୃତ୍ୟୁ ଧ୍ରୁବ ସତ୍ୟ ଆଉ ଜୀବନ ପରର ଜୀବନଟା ଯେ ଭୋଗେ ସେ ହିଁ ତ ଜାଣେ ଜୀବନର ମାନେ । ମରିମରି ବଞ୍ଚିବା ମରିଚିକା ପଛରେ ଧାଉଁଥିବା ଏକ ତୃଷାର୍ତ୍ତ ପଥିକ ଟେ ପରି ସତରେ କେତେ ନିଷ୍ଠୁର ନିୟମ ଭାଗ୍ୟ ଆଉ ଭାଗ୍ୟଫଳର । ଏଠି ନିତି ଭାଗ୍ୟ ମରେ ଭାଗ୍ୟ ଜିଏ ପ୍ରାରଵ୍ଧର ପ୍ରାୟଶ୍ଚିତ ହୁଏ ଆଉ ଶେଷରେ ଲହୁଲୁହ ଏକାକରି ଜୀବନ ପରର ଜୀବନକୁ ଏକ୍ଳା ଭୋଗୁଥାଏ । କିଏ ଜୀବନ ଜିଏଁ କିଏ ଜୀବନ ଭୋଗେ କିଏ ଜୀବନ କାଟେ ଆଉ କିଏ ଜୀବନ ସହ ସାଲିସ୍ କରି ସମୟ କାଟିଦେବା ହିଁ ଜୀବନ ଭାବେ ।
ଭିକାରୀଚରଣ ଚୌଧୁରୀ, ଗୀତିକାର, ମସିନିକାନି, ସୁନ୍ଦରଗଡ
ବିଭୁ ବନ୍ଦନା
ଉଷା ଅରୁଣ ର। ଆଲୋକେ ତୁମର ନବ ଆଭା ଝଟକାଇ ନିତି ସକାଳରେ ଦରଶନ ଦିଅ ଅଖିଳ ଜଗତ ସାଇ ।୦। ଜୋଛନା ଢାଳ ଇ ଚାନ୍ଦ ଆକାଶେ ତୁମର ଅମୀୟ ମଧୁ ପରଶେ ସକଳ ପରାଣ ପୁଲକିତ ହୁଏ ତୁମ ଶୁଭାଶୀଷ ପାଇ ।୧। ଚଉଦିଗେ ତୁମ ଆଶୀଷ ଝରେ କୁସୁମ ହସ ଇ ପାଦପ ଶିରେ ସୁବାସ ବିତରେ ସାରା ଜଗତରେ ତୁମ ପ୍ରେମ ଗୀତି ଗାଇ ।୨।
ସୁନିତା ପଟେଲ, ସୁନ୍ଦରଗଡ
ଟିକିଲି ସାଜିଛି ଚନ୍ଦ୍ରମା
ଆଜି କି ଥିଲା କେଜାଣି ଦିନ ର ମହିମା, ଆକାଶ ମଥା ରେ ତାରକା ଚନ୍ଦ୍ରମା ଟିକିଲି ଭଳି ସାଜି, ବଜାଇ ଦେଇଛି ଗଗନ ଗରିମା, ମନେ ହଉଥିଲା କାଗଜ କଲମ, ଥାଆନ୍ତା କି ସଙ୍ଗେ, କେତେ ଯେ ଦିଅନ୍ତି, ତାହାର ଉପମା, କହିଲେ ନ ସରେ ଆଉ ନାହିଁ ତାର ସୀମା
ଲିଲି ପଟେଲ, ବଲାଙ୍ଗୀର ଫଗୁଣଫଗୁଣର ଛୁଆଁ ସବୁ ଲାଗେ ନୂଆ ମନ ହୁଏ ଅମାନିଆ, ପୀରତି ନଈରେ ବୁଡ଼େଇ ମାରଇ ଭାବିଲେ ଲାଗେ ଛାନିଆ ! ପ୍ରେମ ପରିଭାଷା ପୀରତିର ନିଶା କେମିତି ହେବ ବା କହି, ଏତେ ବଡ଼ ଏଇ ସଂସାର ସାଗରୁ ନିସ୍ତାରିନି ଜଣେ କେହି ! ରାଧା କୃଷ୍ଣ ପ୍ରେମ ନିଶ୍ଚେ ଅନୁପମ ପ୍ରେମମୟ ଗୋପପୁର, ତଥାପି କହ୍ନେଇ ହୋଉ ସୁଦ୍ଧା ବାଈ ତେଜିଥିଲେ ପ୍ରେମପୁର ! ଫଗୁଣର ରଙ୍ଗ କରୁ ମୋହ ଭଙ୍ଗ ଶାଳୀନତା ଟିକେ ରହୁ, ପୀରତି ଫଗୁଣେ ବୁଡ଼ିବା ଆଗରୁ ପୀରତି ଚୋରି ନ ହେଉ !
ଦେବାନନ୍ଦ ନାଏକ, ଭୁବନେଶ୍ୱର
Sawan Kripal Ruhani Mission
Rajinder Singh (spiritual master)Plot Number 754/687, Ground Floor, Near Pal Height, 1, Jayadev Vihar, Regional Research Laboratory, Lane, Bhubaneshwar – 751013 If you are planning to learn meditation visit Sawan Kripal Ruhani Mission Bhubaneswar. Through meditation you can reach the place within you where there is lasting love, peace and joy.
ମାଳବିକା ପଟେଲ, ଭୁବନେଶ୍ୱର
ଅର୍ଚ୍ଚନା
ତୁମେ ଆଦି ତୁମେ ଅନାଦି ତୁମେ ପୁଣି ଅନନ୍ତ ବ୍ୟାପୀ କଳନା କେ ପାରିବ କରି ଏ ବିଶ୍ୱ ଅନନ୍ତ କୋଟି || ଫୁଲର ମହକ ତୁମେ ତୁମେ ପକ୍ଷୀର କୁଜନ ମଳୟର ହିଲ୍ଲୋଳ ତୁମେ ତୁମେ ପୁଣି ପ୍ରଭଞ୍ଜନ || ଗଢୁଛ ଭାଙ୍ଗୁଛ ସର୍ଜନାର ସଂଗୀତ ରଚି || ତୁମେ ଦିଅ ସୁଖ , ଦିଅ ଦୁଃଖ ତୁମେ ପୁଣି କରୁଣା ମୟ ବିପଦେ ଆପଦେ ତୁମେ ସାହା ତୁମେ ହିଁ ଅଭୟ || ତୁମେ ପଥ, ତୁମେ ପୁଣି ଲକ୍ଷ ତୁମେ ହିଁ ପାଥେୟ ତୁମ ଆଶୀଷେ ଏ ଜୀବନ ହୁଏ ମଧୁମୟ || ତୁମକୁ ସ୍ମରି ବିତିଯାଉ ଦିନ ରାତି ||