ପ୍ରଜ୍ଞା ପ୍ରୟାସ – AUGUST 2023

ଭିକାରୀଚରଣ ଚୌଧୁରୀ, ଆକାଶବାଣୀ ଗୀତିକାର, ମସନିକାନୀ,ସୁନ୍ଦରଗଡ

ଶ୍ରାବଣୀ ଗାଊଛି ଗୀତ

 

    ଶ୍ରାବଣୀ ଗାଊଛି ଗୀତ

            ରିମ୍ ଝିମ୍ ସୁରେ

ବାରିଦ ଶୁଣେ ସେ ଗୀତ

           ବସି ନିରୋଳା ରେ ।୦।

 

ସା ରେ ଗା ମା ସପ୍ତ ସୁରେ

                ସାତ ରଙ୍ଗ ବୋଳି

ଶ୍ରାବଣୀ ଦେଉଛି ଜାଳି

                 ପ୍ରୀତି ର ଦୀପାଳି

ଅବଶ ତା ତନୁ ମନ

                  ବାରିଦ ପ୍ରେମ ରେ।୧।

 

ଶ୍ରାବଣୀ ଦେଉଛି ହସି

                 ବାରିଦ କୁ ଚାହି

ଅତୀତ ର ଧୂଳି ଖେଳ

                  ଭୁଲି ପାରେ ନାହି

ବିଜନେ ବାରିଦ ଭିଜେ

                   ଆଖିର ଲୁହ ରେ ।୨

ଇଂ ରାଜ ବିହାରି ପାଣ୍ଡେ, ବେହେରା ମାଳ,ଝାରସୁଗୁଡା

ମାଁଟିଏ ଦିଅ

ମାଁ ଟିଏ ମତେ ଦିଅ ହେ ଠାକୁର,

ମାଁ ଟିଏ ମତେ ଦିଅ,

ଯା’ପାଖରେ ମତେ ସ୍ନେହ ବାଣ୍ଟିବାକୁ,

ଥିବ ପ୍ରଚୁର ସମୟ, ମାଁ ଟିଏ –    –   – ।

ଧରା ଧାମ ଏବେ କବଳିତ ପ୍ରଭୁ,

ମୋବାଇଲ ରାକ୍ଷସ ଜାଳେ,

ତାର ମାୟାଜାଲ ଏତେ ସୂକ୍ଷ୍ମ ଧାର,

ଗ୍ରାସୁଅଛି ଧୀରେ ଧୀରେ,

ଏ  ମାୟାଜାଳଠୁ ବଞ୍ଚିତ ଥିବ,

ଯେଉଁ ନାରୀର ହ୍ରୁଦୟ

ସେ ପରି ମାଁ ଟେ ଦିଅ, ମାଁ ଟିଏ –  -।

ସବୁ ଅଛି ପ୍ରଭୁ ତୁମ ଏ ସ୍ରୁଷ୍ଟିରେ,

ଅପାର ଜ୍ଞାନ ସମ୍ଭାର,

ଗ୍ରାସି ଚାଲିଛି ଏ ମୋବାଇଲ ଯକ୍ଷ,

କୋମଲ ମନ ସବୁର,

ମୋ ମନର ବ୍ଯଥା ବୁଝିବା ପାଇଁ କି,

ଯା’ପାଖେ ଥିବ ସମୟ

ସେପରି ମାଁ ଟେ ଦିଅ – – –     ।

କୋମଳ ମତି ମୁଁ ବାଳୁତ କୁମର,

ମାଁ ମୋ ପ୍ରଥମ ଗୁରୁ,

ଜ୍ଞାତି ପରିଜନ ଭାବର ବନ୍ଧନ,

ସବୁ ମାଁ ଙ୍କ କ୍ରୁପାରୁ ,

ବାତ୍ସଲ୍ୟ ପ୍ରେମ ଯା’ ମନେ ପ୍ରାଣେ ଥିବ,

ନ ଥିବ ମୋବାଇଲ ଲୟ

ସେପରି ମାଁ ଟେ ଦିଅ – – –   ।

ଯା’ର ମନ ହୋଇ ଥିବ ଥୟ,

ଯା’ର ବିଶାଳ ଥିବ ହ୍ରୁଦୟ,

ଥିବ ସନ୍ତାନ ପାଇଁ ସମୟ,

ସେପରି ମାଁ ଟେ ଦିଅ   (୨)

ତୃପ୍ତି ନାଏକ, ସୁନ୍ଦରଗଡ଼

ମନୁଷ୍ୟ ର ମନ

 

ମନୁଷ୍ୟ ର ମନ ନୁହେଁ ଖାଲି,

ନୂତନ ନୂତନ ଆଶା, ଅଭିଳାଷା

ରହିଛି ଭଳିକି ଭଳି ।

 

ଆକାଶ ରେ କେବେ ଉଡ଼ିବା ପାଇଁ,

ସୂର୍ଯ୍ୟ, ଚନ୍ଦ୍ର,ତାରା ଛୁଇଁବା ପାଇଁ,

ହୃଦୟ ରେ ଏହି କ୍ଷଣିକ ଭାବନା,

ନିମିଷେ କେ ଯାଏ କୁଆଡେ ଚାଲି ।

 

ମନ ଥିଲା ବେଳେ ଧନ ନାହିଁ ,

ଧନ ଥିଲାବେଳେ ମନ  ନାହିଁ,

ଅପୂର୍ବ ମନ ର ଅପରୂପ ଚିନ୍ତା,

ଚଞ୍ଚଳ ମନ ରେ ନାହିଁ ସ୍ତିରତା ।

 

ପାଶ୍ଚାତ୍ୟ ଢଙ୍ଗରେ ବଞ୍ଚିବା ପାଇଁ,

ମନ ଲୋଭା କାହାଣୀ ଗଢ଼ିବା ପାଇଁ,

ମନୁଷ୍ୟ ର ମନ ଏହିପରି,

ଆଶା, ଅଭିଳାଷା ରହିଛି ପୁରି,

କର୍ମ ଯେ ସେ ଯାଉଛି ଭୁଲି,

ମନୁଷ୍ୟ ର ମନ ନୁହେଁ ଖାଲି ।

ଗୌରାଙ୍ଗ ପଟେଲ, ଲଙ୍କାହୁଡା, ସୁନ୍ଦରଗଡ (ଓଡିଶା)

ମୋବାଇଲ୍ ବାବା ଜିନ୍ଦାବାଦ୍

ଅଁଟାଲା ଟିକେ ଅକ୍କଡ୍ ଯାଇସେ

ଉଁଃ . . .

ଲୁଁଏଲ୍ ନି ହେବାର୍

ଟଣଙ୍ଗା ଟା !

ଦେହେଁ ରେ ମୁଟେ ଫୁର୍ତ୍ତି ନି, ନିସତ୍ ନିସତ୍ ଲାଗଥେ

ୱାକିଙ୍ଗ୍ କର, ହାତ୍ ଗୋଡ୍ ହଲା

ୟୁ – ଟିୟୁବ୍ ଦେଖକେ ଏକ୍ସର୍ସାଇଜ୍ ‌କରବାର୍

ଅନେକ ଉପାୟ

ଇଚ୍ଛା ରହେଲେ ସମାଧାନ କେ ରାସ୍ତା ବାହାରଥେ

ନି’କା ?

ହଉ କାଏଲ୍ ନୁ କରହଁ

ନି . . . ନି . . .

ବରଷା ମାସଲା ଯାଉ ନେହେଲେ

ଏବେ ବାରଣ୍ଡା ରେ ଏକ୍ସର୍ସାଇଜ୍ କରଲେ ହହି

ବାକି . . .

ଆକୁପ୍ରେସର୍, ନାନା ବଇଦ କେ ନାନା ନୁସକା

ମୋବାଇଲ୍ ଖୁଲବାର୍ ଲା ଡେରି

କେତେ ଜ୍ଞାନ୍ !

ହେଥିର୍ ଲାଗି କହଥଁ

‘ମୋବାଇଲ୍ ବାବା ଜିନ୍ଦାବାଦ୍’

Suprava Naik, Sundargarh

ଇନ୍ଦ୍ରଧନୁ ବାଦଲ୍ ଖାପିଛେ, ପାଏନ୍ ବର୍ଷୁଛେ

ଖରା ପଡ଼ିଛେ, ପବନ୍ ବହୁଛେ

ଦେଖ୍ ତ ବାବୁ ଦେଖ୍ ତ

ରଙ୍ଗୋଲି ନନିଟା, କେଡେ ସୁନ୍ଦର ଦିସୁଛେ

ସାତ୍ ରଙ୍ଗିଆ ସାଢୀ ପିନ୍ଧି

ଗାଁ କେ ହାମର୍, ଟହଲି ଆସିଛେ

ବାଘନୀସହଲାନା କହି

ନିଜେ ବାଘ୍ ଲେଖେ, ବାହାରି ଆସୁଛେ

ଦେଖ୍ ତ ବାବୁ ଦେଖ୍ ତ

ବର୍ଷା ମାସର୍ ସୁନ୍ଦର କେ

ଆରୁ ବେଶି ବେଶି,ସଜେଇ ବସୁଛେ

ସାତ୍ ଟା ରଙ୍ଗେ ସଜେଇ ହେଇ

ଘଡ଼କର୍ ଲାଗି ବାହାରି ଆସୁଛେ

କଲମ୍ ଧରି ବସ୍ତେ ବସ୍ତେ,

କେନ୍ ଆଡେ ଉଭି ଯଉଛେ

ଦେଖ୍ ତ ବାବୁ ଦେଖ୍ ତ

ଇନ୍ଦ୍ରଧନୁଟା କେଡ଼େ ସୁନ୍ଦର ଦିସୁଛେ

ବନାନୀ ବାଳା ନାଏକ, ସୁନ୍ଦରଗଡ଼

କ୍ଷମା ପରାୟଣ ଦେବତା ସମାନ

କ୍ଷମା ଅଟେ ଏକ ଐଶ୍ୱରୀକ ଗୁଣ

କ୍ଷମା ଦାତା ମହୀୟାନ,

କ୍ଷମା ଦାତା ଆଉ କ୍ଷମା ର ଗ୍ରହୀତା

ବେନି ଜନ ଭାଗ୍ୟବାନ ।।

 

ଅହଂକାରୀ ଜନ ହୃଦୟ ସଂକୀର୍ଣ୍ଣ

କ୍ଷମା ଦେଇ ପାରେ ନାହିଁ,

ବିଶାଳ ହୃଦୟ ଅଧିକାରୀ ଯିଏ

ଏକା କ୍ଷମା ଦିଏ ସେହି ।।

 

ଦଣ୍ଡିବା ଶକତି ଥାଇ ଯେଉଁ ଜନ

କ୍ଷମା ଦିଏ ହସି ହସି,

ମହା ମାନବ ରେ ଗଣା ସେହି ଜନ

ଦୁଃଖେ ସୁଖେ ହୁଏ ଖୁସି ।।

 

ପ୍ରତିଶୋଧ ବଳେ ଅଶାନ୍ତି ବଢ଼ଇ

ପରିବାର ଛାରଖାର,

ସହି ଯାଇ ଟିକେ କ୍ଷମା ଦେଇ ଦେଲେ

ସମ୍ପର୍କ ମଧୁରତର।।

 

କ୍ଷମାଶୀଳ ହୃଦେ ଦେବତା ନିବାସ

ଅଟନ୍ତି ସେ ଦେବ ଦୂତ,

କ୍ଷମା ପାଇ ଦୋଷୀ ଲଜ୍ଜିତ ହୁଅଇ

ହୃଦ ଗତେ ଅନୁତପ୍ତ।।

 

ସୃଷ୍ଟି ସଂଚାଳକ ଦ୍ୱିଜ ପାଦ ଚିହ୍ନ

ହୃଦେ ଦେଇଛନ୍ତି ସ୍ଥାନ,

ଦଣ୍ଡିବା ଶକତି ଥାଇ ଦୟାନିଧି

ଦେଲେ ତାକୁ କ୍ଷମା ଦାନ ।।

 

କ୍ଷମା ଦେବା ଲୋକ ନୁହଇ ଦୁର୍ବଳ

କ୍ଷମା ତାର ଆଭୂଷଣ,

ସହିଷ୍ଣୁତା ଗୁଣେ ସହଜ ରାସ୍ତା ରେ

ଖୋଜିଥାଏ ସମାଧାନ ।।

 

 

କ୍ଷମା ଶୀଳ ଜନ ଜଗତେ ଦୁର୍ଲଭ

କୋଟିକ ରେ ଏକ ସିନା,

ପର ଶ୍ରୀକାତରତା ବଢ଼ାଏ ଈର୍ଷା କୁ

କରେ ନାହିଁ ବୁଝାମଣା ।।

 

ପର ହିତେ ପ୍ରାଣ ଉତ୍ସର୍ଗେ ଯେ ଜନ

ଛାୟା ଦାୟୀ ତରୁ ସମ,

ରଶ୍ମି କରେ ଜଳି ଆଶ୍ରିତ ଜନ କୁ

କରଇ ସେ ଛାୟା ଦାନ ।।

 

କ୍ଷମାଶୀଳ ପଣେ ଏକା ପ୍ରଭୁ ଜଣେ

କ୍ଷମି ଥାନ୍ତି ବାରମ୍ବାର,

ଅନେଶତ କ୍ଷମି ଶହେ ଟପି ଗଲେ

କରନ୍ତି ପାପୀ ସଂହାର ।।

 

କ୍ଷମା ପରାୟଣ ଦେବତା ସମାନ

ସୁଖ ଦୁଃଖ ରୁ ବାହାର,

ମାନ ଅପମାନ ଅମୃତ ସମାନ

ସ୍ଥିତ ପ୍ରଜ୍ଞ ନିର୍ବିକାର ।।

ସୁମିତ କୁମାର ପଟେଲ,  ଖଇରଡ଼ିହି, ଲଇକେରା, ଝାରସୁଗୁଡା |

 

କେତେ ସଞ୍ଚିବୁ ତୁ ଧନ ?

 

ଧନ ଥିଲେ ସିନା ବଢ଼ଇ ସମ୍ମାନ,

ସର୍ବେ କରିବେ ତୁମ ଜୟ ଗାନ,

ସ୍ୱାର୍ଥଭରା ଏଇ ଅଭାଗା ସଂସ୍କାରେ,

କେହି ନୁହଁ ତୋର ଏ କଥା ସତ୍ୟରେ  |

 

କେବେ ବୁଝିବରେ ଏ ମଣିଷ ଗଣ?

ନିଜ କର୍ମ ରୁ ପରା ଜାତ ପ୍ରକୃତ ସମ୍ମାନ,

ସଞ୍ଚିବା ପାଇକି ଧନ ଦଉଲତ ତୁମେ,

କରୁଛ କୁକର୍ମ ଭୁଲିଯାଇ କ୍ଷଣେ |

 

ସଞ୍ଚୁଥା ରେ ତୁହି ଯେତେ ପାରୁ ଧନ

ହିସାବ କରିବ ମୋ କାଳିଆ ଧନ,

ଦଣ୍ଡ ତୁ ପାଇବୁ ଜାଣିଥା ଏ କଥା

ସେ ଦେଖୁଛନ୍ତି ନୁହେଁ ଏହା ମିଥ୍ୟା  |

ସୁପ୍ରଭା ପଟେଲ, ବାଦିପାଲି

 

ଆ ଜହ୍ନ ମାମୁଁ ସରଗ ଶଶୀ

ମୋ କାଁହୁ ହାତରେ ପଡ଼ତୁ ଖସି

ତୁ ନ ଆସିଲୁ ବୋଲି ଆଜି

ତୋ ପାଖରେ ପହଞ୍ଚି ଗଲେ ଭାରତ ବାସୀ

ଉଡେଇ ଦେଲେ ତ୍ରିରଙ୍ଗା ବାନା

ଜଗତ ରେ ରଚିଦେଲେ ଇତିହାସ

ଧନ୍ୟ ମୋ ଭାରତ ଧନ୍ୟ ବୈଜ୍ଞାନିକ

ସବୁରି ମୁଁହ ରେ ଫୁଟେଇ ଦେଲ ହସ

AGHARIA FAMILY HYDERABAD MINI GET TOGETHER 27.08.2023 !!

Leave a Reply

Your email address will not be published. Required fields are marked *